ଭୁବନେଶ୍ବର : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ରାଜ୍ୟ ବିଜେପି ପକ୍ଷଣୁ ରବିବାର ରାଜ୍ୟର ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ଦୀପ ଜଳାଯିବ। ଏଥିରେ ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପଦାଧିକାରୀ ଓ କର୍ମକର୍ତ୍ତମାନେ ସାମିଲ ହେବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି।
ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ତେଣୁ ସମସ୍ତ ମନ୍ଦିର, ଦେବସ୍ଥାନ, ପୂଜାସ୍ଥଳୀରେ ପୂଜାର୍ଚ୍ଚନା କରି ଶ୍ରୀମତୀ ମୁର୍ମୁଙ୍କ ବିଜୟ କାମନା କରାଯିବ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଲିଙ୍ଗରାଜ ମହାପ୍ରଭୁ, ମା’ ସମଲେଶ୍ୱରୀ, ତାରାତାରିଣୀ, ଭଦ୍ରକାଳୀ ପ୍ରମୁଖ ମନ୍ଦିରରେ ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ପୂର୍ବରୁ ପୂଜାର୍ଚ୍ଚନା ସାରିବା ପାଇଁ କର୍ମକର୍ତ୍ତାଙ୍କୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/droupadi-murmu-1a.jpg)