ଆଜି ସମସ୍ତ ସହରାଞ୍ଚଳରେ ସତ୍ୟାଗ୍ରହ କରିବ ବିଜେପି

ଭୁବନେଶ୍ବର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଦ ପିଇ ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲେ। ଏହି ଅମାନବୀୟ ଘଟଣା ଘଟିବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ମୁହଁ ଖୋଲିନାହାନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସାରେ ଶାସକ ବିଜେଡି ସକ୍ରିୟ ହୋଇ ବର୍ତମାନ ବିଜେପି କାର୍ଯ୍ୟକର୍ତାଙ୍କୁ ଆକ୍ରମଣ କରୁଛି । ଗଣତନ୍ତ୍ରରେ ହିଂସାର ଆଦୌ ସ୍ଥାନ ନାହିଁ । ଶାସକ ବିଜେଡିର ହିଂସାତ୍ମକ ଆଚରଣ ପ୍ରତିବାଦରେ ସୋମବାର ବିଜେପି କାର୍ଯ୍ୟକର୍ତାମାନେ ମୁହଁରେ କଳାପଟି ବାନ୍ଧି ରାଜ୍ୟର ସମସ୍ତ ସହରାଞ୍ଚଳରେ ସତ୍ୟାଗ୍ରହ କରିବେ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର