ଗୋପ : ଗୋପ ବ୍ଲକ୍ ୧୧ ନମ୍ବର ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେଡିର ଭାଗୀରଥି ସେନାପତିଙ୍କୁ ୧୭୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ପ୍ରମୋଦ ୧୧ହଜାର ୨୪୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଭାଗୀରଥି ୧୧ହଜାର ୬୪ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜେଡି ହାତରୁ ଏହି ଜିଲ୍ଲାପରିଷଦ ଆସନଟିକୁ ବିଜେପି ଛଡ଼ାଇ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଆଜି ସକାଳ ୮ଟାରେ ବିଭିନ୍ନ ପ୍ରତିଦ୍ବନ୍ଦ୍ବୀଙ୍କ ଏଜେଣ୍ଟମାନଙ୍କ ଉପସ୍ଥିତିରେ ଭୋଟ୍ ବାକ୍ସ ସିଲ୍ ଖୋଲାଯାଇ ୫ଟି ଟେବୁଲ୍ରେ ଗଣନା କରାଯାଇଥିଲା। ଭୋଟ୍ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ ୧୧୨୪୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଭାଗୀରଥି ସେନାପତି ୧୧୦୬୪ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ପ୍ରତାପ ପ୍ରଧାନ ୧୦୨୪ ଖଣ୍ଡ, ସ୍ବାଧୀନ ପ୍ରାର୍ଥୀ ଅଜୟ ଭଟ୍ଟ ୯ ଖଣ୍ଡ, ଅଶୋକ ଦାସ ୩୫ ଖଣ୍ହ, ଉମାକାନ୍ତ ସାହୁ ୯୮ ଖଣ୍ଡ, ବିଶ୍ବଜିତ ମହାନ୍ତି ୫୮ ଖଣ୍ଡ, ଲକ୍ଷ୍ମୀପ୍ରିୟା ଦାସ ୯୯ ଖଣ୍ଡ ଓ ସୁବାସ ଚନ୍ଦ୍ର ଜେନା ୨୩ ଖଣ୍ଡ ଭୋଟ୍ ପାଇଛନ୍ତି। ଆସନ୍ତା ୬ ତାରିଖ ଦିନ ଆନୁଷ୍ଠାନିକ ଭାବେ ଭୋଟ୍ଗଣତି ଫଳାଫଳ ଘୋଷଣା ହେବ । ଏହି ଉପନିର୍ବାଚନରେ ମୋଟ୍ ୨୩୯୪୩ ଭୋଟର ଭୋଟ୍ ଦେଇଥିଲେ।
ସୂଚନାଯୋଗ୍ୟ, ୧୧ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ଏହି ଜୋନ୍ରେ ଉପନିର୍ବାଚନ କରାଯାଇଥିଲା। ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ବିରୋଧୀ ବିଜେପି ଦଳ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଟାର୍ଗେଟ୍ କରି ପ୍ରଚାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ppf.jpg)