ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସ୍ବାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଛି ଭୁବନେଶ୍ବର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା। ମହିଳାଙ୍କ ପ୍ରତି ଏପରି ହୀନ ବ୍ୟବହାର ଓ ଅତ୍ୟାଚାର କରୁଥିବା ବ୍ୟକ୍ତି ସାଂସଦ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ରହିବା ଅନୁଚିତ। ସେ ଜଣେ ଅଭ୍ୟାସଗତ ମଦୁଆ ବୋଲି ବର୍ଷା ଅଭିଯୋଗ କରିଛନ୍ତି। ତେଣୁ ନିଜର ନୈତିକତା ଓ ମାନବିକତା ଦୃଷ୍ଟିରୁ ଅନୁଭବ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ମୋର୍ଚ୍ଚା ଦାବି କରିଛି। ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆଜି ବିକ୍ଷୋଭ ସହ ଅନୁଭବଙ୍କ କୁଶପୁତ୍ତଳିକା ଦାହ କରିଛି ମୋର୍ଚ୍ଚା। ବିକ୍ଷୋଭରେ ମୋର୍ଚ୍ଚାର ଭୁବନେଶ୍ବର ଜିଲ୍ଲାର ସଭାନେତ୍ରୀ ସୁବାସିନୀ ପୃଷ୍ଟି, ପଦ୍ମାବତୀ ଜେନା, ମନ୍ଦାକିନୀ ପାତ୍ର, ଉନ୍ନତି ପରିଡ଼ା, ତୃପ୍ତିମୟୀ ମକଦ୍ଦମ, ସୁମିତ୍ରା ଆଚାର୍ଯ୍ୟ, ସୁନିତା ପତି, ବନ୍ଦନାଦାସ କାନୁନ୍ଗୋ ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଭବଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ
/sambad/media/post_attachments/wp-content/uploads/2020/09/dfhsfhsfh54sf9h7sf98h7sf98sfhfhhfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)