ଦୁର୍ନୀତି ବି‌ରୋଧରେ ବିଜେପିର ବ୍ଲକ୍ ଘେରାଉ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ବିରୋଧରେ ବିଜେପି ରାସ୍ତାକୁ ଓହ୍ଲାଇଛି। ଆଜି ଠାରୁ ଦଳର ବ୍ଲକ୍ ‌େଘରାଉ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦ରୁ ଅଧିକ ବ୍ଲକ୍‌ ସମ୍ମୁଖରେ ଦଳର କର୍ମୀମାନେ ଗଣତାନ୍ତ୍ରିକ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଦୁର୍ନୀତିର ଚିଠା ଖୋଲିଛନ୍ତି। ୨୯ ଓ ୩୦ ତାରିଖରେ ପର୍ଯ୍ୟାୟକ୍ରମେ ଅନ୍ୟ ବ୍ଲକ୍‌ରେ ‌େଘରାଉ କରାଯିବ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଓଡ଼ିଶାବାସୀଙ୍କ ମନରେ ଜନଅସନ୍ତୋଷ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି କଥା କହି ରାଜ୍ୟବାସୀଙ୍କୁ କେବଳ ବିଭ୍ରାନ୍ତ କରିଚାଲିଛି ବିଜେଡି। ବିଭିନ୍ନ ଯୋଜନା ନାଁରେ ଲକ୍ଷ ଲକ୍ଷ ଟଙ୍କାର ପିସି କାରବାର ହେଉଛି। ରାସ୍ତା କାମ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିନା ଟେଣ୍ଡର୍‌ରେ ଠିକା ଦିଆଯିବା ସହ ବହୁମାତ୍ରାରେ ପିସି ଆଦାୟ ହେଉଛି। ଚିଟ୍‌ଫଣ୍ଡ୍, ଖଣି, ଡାଲି, ଚାରା, ବାଲିଘାଟ ଆଦି ଦୁର୍ନୀତିରେ ଓଡ଼ିଆ ଆଜି ନିଷ୍ପେସିତ। ସେହିପରି କୃଷି ଋଣ ଜାଲିଆତି, ଧାନ କିଣାରେ ଚଞ୍ଚକତା କରି ସହାୟକ ମୂଲ୍ୟ ନ ଦେବା, ଇନ୍‌ପୁଟ୍ ସବ୍‌ସିଡିର ବାଟମାରଣା କରିବା ଓଡ଼ିଆ ଚାଷୀଙ୍କୁ ବାଧୁଛି। ‘ଆମ ଗାଁ ଆମ ବିକାଶ’ରେ ଏବେ ସରକାରୀ ପାଣ୍ଠି ବିଜେଡିର ଦଲାଲ, ଠିକାଦାରଙ୍କ ବିକାଶରେ ଲାଗୁଛି। ଗ୍ରାମସଭା, ପଲ୍ଲୀସଭା, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅଧିକାର ଛଡ଼ାଇ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଚିଠାରେ କାମ ବଣ୍ଟାଯାଉଛି। ବିଜେଡିର ମନ୍ତ୍ରୀ, ସାଂସଦ, ବିଧାୟକ ଓ କର୍ମୀ ସାଧାରଣ ଓଡ଼ିଆଙ୍କ ଝାଳବୁହା ଅର୍ଥର ଟିକସକୁ ବାଟମାରଣା କରୁଛନ୍ତି। ବିଜେଡି ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। ବିଜେଡିର ଏପରି ମହାଦୁର୍ନୀତି ବିରୋଧରେ ଜନମତ ସୃଷ୍ଟି ହୋଇସାରିଛି। ସେଥି ପାଇଁ ବିଜେପିର ବିକ୍ଷୋଭ କାର୍ଯ୍ୟକ୍ରମରେ ବହୁ ସଂଖ୍ୟ‌ାରେ ସାଧାରଣ ଲୋକ ସ୍ବତଃପ୍ରବୃତ୍ତ ଭା‌େବ ଯୋଗ ଦେଇ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଦୁର୍ନୀତିକୁ ପ୍ରସଙ୍ଗ କରି ସରକାରଙ୍କ ବିରୋଧରେ ବିଜେପିର ଆନ୍ଦୋଳନ ଆହୁରି ଜୋର୍‌ଦାର୍ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର