ସମ୍ବଲପୁର: ବିଜେପି କର୍ମୀମାନେ ଆଜି ସମ୍ବଲପୁରରେ ଆରଡିିସି ଅଫିସ ଘେରାଉ ବେଳେ ଉତ୍ତେଜନା ଦେଖାଯାଇଛି। ପୁଲିସ ସହ ବିଜେପି ନେତା ଓ କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି। ଏହି ଘଟଣା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ପୁଲିସ ଉଠାଇନେଇ ଅଟକ ରଖିଛି।
ମଣ୍ଡିରୁ ଧାନ ନଉଠିବା ଘଟଣାକୁ ନେଇ ବିଜେପି ଆଜି ଆନ୍ଦୋଳନକୁ ଜୋରଦାର କରିଛି। ସମ୍ବଲପୁରରେ ଆରଡ଼ିସି ଅଫିସ ଘେରାଉ କରିବା ପାଇଁ ଦଳର ନେତା ଓ କର୍ମୀମାନେ ଆଜି ଏକାଠି ହୋଇଥିଲେ । ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ବିଜେପି ରଣ ହୁଙ୍କାର ଦେଇଥିଲା । ସାରା ରାଜ୍ୟରେ ଚାଷୀଙ୍କ ଧାନ ବିକ୍ରି ପାଇଁ ବିଭିନ୍ନ ସମସ୍ୟା ଲାଗି ରହିଛି । ଚଳିତ ବର୍ଷ ମଣ୍ଡି ଖୋଲିବାଠୁ ବିଭିନ୍ନ ସମସ୍ୟା ଦେଖା ଦେଇଛି । ଟୋକନ ଅବ୍ୟବସ୍ଥା, ମିଲର କଟନି ଛଟନି, ଟୋକନ ଲେପ୍ସ ହେବା ଏବଂ ମାସ ମାସ ଧରି ଧାନ ମଣ୍ଡିରେ ପଡ଼ି ରହିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଚାଷୀଙ୍କ ସମର୍ଥନରେ ବିଜେପିର ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ବା ୩୭ଟି ବିଧାନସଭା କ୍ଷେତ୍ରୀୟ ଅଂଚଳର ଚାଷୀଙ୍କ ସହ ବିଜେପି କର୍ମୀ ଓ ଚାଷୀ ସମର୍ଥକ ଆନ୍ଦୋଳନକୁ ଓହ୍ଲାଇଥିଲେ ।
/sambad/media/post_attachments/wp-content/uploads/2021/01/727bf5e7-e2ae-4177-a5a4-62e480771b8f-1024x461.jpg)
ପୂର୍ବରୁ ସୂଚନା ଦେବା ପରେ ମଧ୍ୟ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସାକ୍ଷାତ କରେଇ ନଦେବା ଓ ବେନିୟମ ଗିରଫଦାବୀ ପ୍ରତିବାଦ ସଙ୍ଗେ ସଙ୍ଗେ ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଥାନାରୁ ଉଠିବେ ନାହିଁ ବୋଲି ବିଜେପି ନେତୃମଣ୍ଡଳୀ ଚେତାବନୀ ଦେଇଛନ୍ତି। ସମ୍ବଲପୁର ଟାଉନ ଥାନାରେ ବିରୋଧୀ ଦଳ ନେତା, ସାଂସଦ ଗଣ, ବିଧାୟକ ଗଣ, ବିଜେପି ରାଜ୍ୟ ସଭାପତି ଓ ବିଜେପି ନେତୃମଣ୍ଡଳୀ ଧାରଣାରେ ବସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/060b4ea3-a56b-4979-8277-79b4f8b20e77.jpg)