ମାଲକାନଗିରି: ମାଲକାନଗିରି ଭାରତୀୟ ଜନତା ପାର୍ଟିର ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ନେତୃତ୍ୱ ଏକ ପ୍ରତିନିଧି ମଣ୍ଡଳୀ ବିଗତ ଦୁଇ ଦିନ ଧରି ଭୁବନେଶ୍ବରରେ ରହି ଓଡିଶା ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ବିଧାନସଭାରେ ସାକ୍ଷାତ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି। ସେଥିମଧ୍ୟରୁ ଅବକାରୀ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ଭେଟି ଦେଶୀ ଓ ବିଦେଶୀ ମଦ ଦୋକାନ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି।
ସେହିପରି ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟି ମାଲକାନଗିରି ଜିଲ୍ଲାରେ ବି.ଇଡି ମହାବିଦ୍ୟାଳୟ ଆରମ୍ଭ କରିବା ସମ୍ବନ୍ଧେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭେଟି ଜିଲ୍ଲାର କୃଷକମାନେ ଉଚ୍ଚକୋଟିର ବିହନ, ଖତ, ଔଷଧ ଭଳି ଅତ୍ୟାବଶକୀୟ ଜିନିଷ ସଠିକ୍ ଦାମରେ ସଠିକ୍ ସମୟରେ ମିଲି ପାରୁନାହିଁ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବା ଯୋଗୁଁ ହାଇଟେକ୍ ଚାଷ ନ କରିପାରି ପାରମ୍ପରିକ ଚାଷ କରୁଛନ୍ତି।
ଜିଲ୍ଲାରେ ଶୀତଳ ଭଣ୍ଡାର ଓ ଗୋଦାମ ଘର ନଥିବାରୁ ଉତ୍ପାଦିତ ଫସଲକୁ ସୁରକ୍ଷିତ ଭାବେ ଗଛିତ ରଖୀ ପାରୁନାହାନ୍ତି। ଜିଲ୍ଲାରେ ଜଳସେଚନ ନିମନ୍ତେ କେନାଲର ସୁବିଧା ଥିବା ସତ୍ତ୍ଵେ ପ୍ରତିବର୍ଷ ଏହି କେନାଲରେ ସଠିକ୍ ସମୟରେ ପାଣି ନ ଆସିବା ଓ କେନାଲ ଭାଙ୍ଗିଗଲେ ଠିକ ସମୟରେ ମରାମତି ନ କରିବା। ସମସ୍ତ କୃଷିଜାତ ଓ ବନ୍ୟ ଉତ୍ପାଦନ ପ୍ରତି ମୁଲ୍ୟ ନିର୍ଦ୍ଧାରଣ କରି ମଣ୍ଡି ଦ୍ବାରା ସଂଗ୍ରହ କଲେ ଚାଷୀମାନେ ଆଥିର୍କ ଲାଭ ପାଇପାରିବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ଅକ୍ଷୟ କୁମାର ବିଶାଳ, ଜିଲ୍ଲା ସମ୍ପାଦକ ନବଘନ ଲୋକେଇ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୟ ସରକାର ଯୋଗ ଦେଇଥିଲେ।