ଭୁବନେଶ୍ବର: ଘଣ୍ଟ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଦରୁ ଉଠାଇବା ପାଇଁ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିଜେପି କର୍ମୀମାନେ ଘଣ୍ଟ ବଜାଇ ଅଭିନଵ ଉପାୟରେ ପ୍ରତିବାଦ କରିଛନ୍ତି।
ବିଜେଡି ଶାସନରେ ମହିଳା ଅସୁରକ୍ଷିତ ବୋଲି ନାରା ଦେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ(ଗୃହ ରାଷ୍ଟ୍ରମନ୍ତ୍ରୀ) ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯିବା ଓ ସିବିଆଇ ତଦନ୍ତ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ କହିଛନ୍ତି।
ଏଣେ ବିଧାନସଭାର ପବିତ୍ର ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବା ହେତୁ ସେହି ସ୍ଥାନକୁ ପବିତ୍ର କରିବା ଲାଗି ବିଜେପି ସଦସ୍ୟମାନେ ବାହାରେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରି ଅଭିନବ ପ୍ରତିବାଦ ଜଣାଇଛନ୍ତି।
ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବି ଗୃହରେ ମମିତା ଝଡ଼ ଉଠିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଲଗାତାର ଦ୍ବିତୀୟ ଦିନ ପାଇଁ କଂଗ୍ରେସ ଓ ବିଜେପି ସଦସ୍ୟ ହଟଗୋଳ କରିଥିଲେ। ଏହାଫଳରେ, ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏହାପରେ ସମାନ ପରିସ୍ଥିତି ଉପୁଜିବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Untitled-1.png)