ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟିର ଖୋର୍ଦ୍ଧା ଜିଲ୍ଲା ଯୁବ ମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।

Advertisment

ସ୍ଥାନୀୟ ସୂର୍ଯ୍ୟମୁଖି ହୋଟେଲ୍ରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଅଧ୍ୟକ୍ଷ ପ୍ରଦୀପ୍ତ ବଡ଼ଜେନା ଅଧ୍ୟକ୍ଷତା କରିଥିଲେ । ବୈଠକ ଆରମ୍ଭରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ମୋର୍ଚ୍ଚା ସାଧାରଣ ସମ୍ପାଦକ ଆଶୁତୋଷ ବେହେରା ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଯୁବମୋର୍ଚ୍ଚା ପ୍ରଭାରୀ ସୌମ୍ୟ ରଂଜନ ଲେଙ୍କା ବୈଠକର ବିବରଣୀ ଉପସ୍ଥାପିତ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଂଚଳରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି, ସରକାରୀ ଅନୁଷ୍ଠାନରେ ଦୁର୍ନୀତିକୁ ପ୍ରସଙ୍ଗ କରି ଯୁବମୋର୍ଚ୍ଚା ପକ୍ଷରୁ ଆନେ୍ଦାଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ଉପସଭାନେତ୍ରୀ ରୋଜିନା ରାଣୀ ଦାଶ, ଦୀନବନ୍ଧୁ ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର ଦଳୀୟ ସାଂଗଠନିକ ଶକ୍ତି ବୃଦ୍ଧି ନେଇ ପରାମର୍ଶ ଦେଇଥିଲେ । ଜିଲ୍ଲା ସମ୍ପାଦକ ପଠାଣୀ ବଳବନ୍ତରାୟ ଧନ୍ୟବାଦ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୋଷନ ସାହୁ ଓ ଅନ୍ୟମାନେ ପରିଚାଳନା କରିଥିଲେ ।