ଭୁବନେଶ୍ବର : ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ଦାବି ଏବଂ ବିଜେଡି ସରକାରର ପିସି କାରବାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ ରା‌ଜ୍ୟ ବିଜେପି ଯୁବମୋର୍ଚ୍ଚା। ଆସନ୍ତା ଡିସେମ୍ବର ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବମୋର୍ଚ୍ଚା ହରତାଳ କରିବ। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତିଥି ଅବସରରେ ଡିସେମ୍ବର ୨୫ତାରିଖରୁ ୧୪୭ଟି ଯାକ ବିଧାନସଭା ମଣ୍ଡଳୀ‌େର ରୋଜଗାର ପରାମର୍ଶ ପଦଯାତ୍ରା କରିବ ‌େବାଲି ନୂଆ ଓଡ଼ିଶା ଯୁବ ସଂଯୋଜକମାନଙ୍କ ଏକ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି। ନୂଆ ଓଡ଼ିଶା ଗଠନ ସହ ଆଗାମୀ ରଣନୀତି ପାଇଁ ଯୁବ ସଂଯୋଜକମାନଙ୍କର ଏକ ଖସଡ଼ା ପ୍ରସ୍ତୁତ ହେଲା ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି।

Advertisment

ଶ୍ରୀ ତ୍ରିପାଠୀ ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟ ସରକାର ପଲ୍ଲୀ ସଭା ନକରି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଶାସକ ଦଳର ବିଧାୟକମାନେ ନିଜ ଦଳୀୟ କର୍ମୀଙ୍କୁ କାମ ଦେଉଛନ୍ତି।
ଏହି ନୂଆ ଓଡ଼ିଶା ଯୁବ ସଂଯୋଜକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ କାଳନ୍ଦୀ ସାମଲ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍‌ ଦାସ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବିଶ୍ବରଂଜନ ବଡ଼ଜେନା, ଏନ୍. ରାଜେନ୍ଦ୍ରକୁମାରଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା ପଦାଧିକାରୀ, ସମସ୍ତ ଜିଲ୍ଲାର ଯୁବ ସଭାପତି ଓ ଯୁବ ସଂଯୋଜକମାନେ ଉପସ୍ଥିତ ଥିଲେ।