ବିଜେପିର ସବୁ ଧାର୍ଯ୍ୟ କାର୍ଯ୍ୟକ୍ରମ ୫ ପର୍ଯ୍ୟନ୍ତ ବାତିଲ

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣା ପାଇଁ ବିଜେପି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଧାର୍ଯ୍ୟ କାର୍ଯ୍ୟକ୍ରମକୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହି ଖବର ଶୁଣି ରାଜ୍ୟ ସଭାପତି ମନମୋହନ ସାମଲ ନିଜ ୩ଦିନିଆ ଅବିଭକ୍ତ କୋରାପୁଟ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ବ୍ରହ୍ମପୁରଠାରୁ ଫେରି ଆସିଥିଲେ। ରାଷ୍ଟ୍ରୀୟ ସଭାପତି ଜଗତପ୍ରକାଶ ନଡ୍ଡା ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହ ଦୁର୍ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର