ଭୁବନେଶ୍ୱର: ସେପ୍ଟେମ୍ବର ୨ତାରିଖରୁ ଆରମ୍ଭ ହୋଇଥିବା ବିଜେପିର ସଦସ୍ୟତା ଅଭିଯାନରେ ଅନ୍‌ଲାଇନ୍‌ରେ ୫୦ଲକ୍ଷ ସଦସ୍ୟ ଯୋଡ଼ିହେଲେଣି। ଅଫ୍‌ଲାଇନ୍‌ରେ ଏବେବି ସଦସ୍ୟ ଯୋଡ଼ିବା ପ୍ରକ୍ରିୟା ଜାରି ରହିଛି। ଆଜିଠାରୁ ସକ୍ରିୟ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ଏଥିସହିତ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ମଧ୍ୟ ଆରମ୍ଭ ହୋଇଛି। ବୁଥ୍‌ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ହେବାକୁ ଥିବା ଏହି ସାଙ୍ଗଠନିକ ନିର୍ବାଚନକୁ ଶୃଙ୍ଖଳିତ ଓ ସୁରୁଖୁରରେ ସମ୍ପାଦିତ କରିବା ପାଇଁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ଯେ ନଭେମ୍ବର ୫ରେ ସକ୍ରିୟ ସଦସ୍ୟତାର ସୂଚୀ ପ୍ରସ୍ତୁତ କରାଯିବ। ଏହାପରେ ନଭେମ୍ବର ୨୫ରେ ଦିନ ସକ୍ରିୟ ସଦସ୍ୟର ଦ୍ୱିତୀୟ ସୂଚୀ ପ୍ରକାଶ ପାଇବ। ଏହି ସକ୍ରିୟ ସଦସ୍ୟମାନେ ପାର୍ଟିର ବିଭିନ୍ନ ଦାୟିତ୍ୱ ଓ ପଦପଦବିରେ ରହିବେ। ଅପରପକ୍ଷେ ନଭେମ୍ବର ୨୦ରୁ ଆରମ୍ଭ ହେବ ସ୍ଥାନୀୟ ସମିତି ବା ବୁଥସ୍ତରୀୟ ନିର୍ବାଚନ ପ୍ରକ୍ରିୟା। ବୁଥ୍‌ଠାରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା, ପ୍ରଦେଶ ଏବଂ ରାଷ୍ଟ୍ରୀୟସ୍ତରରେ ବିଭିନ୍ନ କମିଟିର ଗଠନ ପ୍ରକ୍ରିୟା ଆଗାମୀ ଦୁଇ ମାସ ଧରି ଚାଲିବ। ଏଥିପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସମ୍ବିତ ପାତ୍ର, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସଦସ୍ୟତା ପ୍ରଭାରୀ ଅଶୋକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Advertisment

ବିଜେପି ସହ ଯୋଡ଼ି ହେଲେଣି ୫୦ଲକ୍ଷ ସଦସ୍ୟ 
ସକ୍ରିୟ ସଦସ୍ୟ ହିଁ ପାର୍ଟିର ବିଭିନ୍ନ ପଦପଦବିରେ ରହିବେ

ଏହି ଅବସରରେ ପ୍ରାଥମିକ ସଦସ୍ୟ, ସକ୍ରିୟ ସଦସ୍ୟ ଓ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ସାଧାରଣ ସଂପାଦକମାନେ ଉପସ୍ଥିତ ଥିଲେ । ରାଜ୍ୟ ରିଟର୍ଣ୍ଣିଂ ଅଫିସର ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସହଯୋଗ କରିବା ପାଇଁ ତିନି ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେମାନେ ହେଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ଏବଂ ରାଜ୍ୟ ସାଧାରଣ ସଂପାଦକ ଯତୀନ ମହାନ୍ତି। ସେହିପରି ଆଜି ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ନାମ ତାଲିକା ଘୋଷଣା କରାଯାଇଛି। ସେମାନେ ଜିଲ୍ଲାରେ ସାଙ୍ଗଠନିକ ନିର୍ବାଚନକୁ ପରିଚାଳନା କରିବେ। ସେମାନେ ହେଲେ ଅନୁଗୁଳ- ନାଉରୀ ନାୟକ, ବଲାଙ୍ଗୀର- ଭବେନ୍ଦ୍ର ପଣ୍ଡା, ବାଲେଶ୍ୱର- ନିହାର ରଞ୍ଜନ ମୋଦୀ, ବରଗଡ଼- ଗୋଲକ ପ୍ରସାଦ ମହାପାତ୍ର, ଭଦ୍ରକ- ଆଶୁତୋଷ ପରିଡ଼ା, ଭୁବନେଶ୍ୱର- ଯଜ୍ଞେଶ୍ବର ବାବୁ, ବୌଦ୍ଧ- ଭଗବାନ ମହାନ୍ତି, କଟକ ସଦର- ଲକ୍ଷ୍ମଣ ପଣ୍ଡା, କଟକ- ସୁଦୀପ୍ତ ରାୟ, ଦେବଗଡ଼- କାଳନ୍ଦୀ ସାମଲ, ଢେଙ୍କାନାଳ- ସ୍ମୃତି ପଟ୍ଟନାୟକ, ଗଜପତି- କାଳିରାମ ମାଝୀ, ଗଞ୍ଜାମ- ପ୍ରତାପ ମିଶ୍ର, ଘୁମୁସର- ସରୋଜ ସାବତ, ଜଗତସିଂହପୁର- ବିଷ୍ଣୁ ଦାସ, ଯାଜପୁର- ଜ୍ଞାନଦେବ ବେଉରା,  ଝାରସୁଗୁଡ଼ା- ଧୀରେନ୍ ସେନାପତି, କଳାହାଣ୍ଡି- ପର୍ଶୁରାମ ମାଝୀ, କନ୍ଧମାଳ- ପ୍ରକାଶ ମଙ୍ଗରାଜ, କେନ୍ଦ୍ରାପଡ଼ା- ବିନୋଦ ଦାସ, କେନ୍ଦୁଝର- ସଞ୍ଜୀବ୍ ମହାନ୍ତି, ଖୋର୍ଦ୍ଧା- ସମୀର ଦାଶ, କୋରାପୁଟ- ରମେଶ ଚନ୍ଦ୍ର ସାହୁ, ମାଲକାନଗିରି- ଅରୁଣ ଭଟ୍ଟମିଶ୍ର, ବାରିପଦା- ଜୀବନ ପ୍ରଦୀପ ଦାସ, ରାଇରଙ୍ଗପୁର- ସିପ୍ରା ବାଜପେୟୀ, ନବରଙ୍ଗପୁର- ହିମାଂଶୁ ମେହେର, ନୟାଗଡ଼- ପବିତ୍ର ଦାସ, ନୂଆପଡ଼ା- ଗୋବିନ୍ଦ ଜୈନ୍‌, ପୁରୀ- ବିଶେଶ୍ୱର ଟୁଡ଼ୁ, ରାୟଗଡ଼ା- ଦେବେନ୍ଦ୍ର ମହାନ୍ତି, ସମ୍ବଲପୁର- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବର୍ଣ୍ଣପୁର- ସୁରେଶ୍ୱର ଶତପଥୀ, ସୁନ୍ଦରଗଡ- ଦୀନେଶ୍ ଜୈନ୍‌, ବଣାଇ- ଜୀବନ ସାହୁ, ପାନପୋଷ- ବଟକିଶୋର ମିଶ୍ର ବୋଲି  ବୋଲି ଦଳର ସାଧାରଣ ସମ୍ପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି।