ନୂଆପଡ଼ା: ବିକଶିତ ନୂଆପଡ଼ା ଗଠନ ହେଉଛି ବିଜେପିର ସଂକଳ୍ପ ବୋଲି ମଙ୍ଗଳବାର ଖରିଆର୍‌ ରୋଡ୍‌ ବିଜେପି ଅଫିସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି।

Advertisment

ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ। ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଯାହାସବୁ ଲେଖାଯାଇଥିଲା, ସରକାର ଗଠନ କରିବା ପରେ ସେସବୁ ଗୋଟିଏ ପରେ ଗୋଟିଏ ବିଜେପି ପୂରଣ କରୁଛି। ନୂଆପଡ଼ାରେ ମେଡିକାଲ କଲେଜ ଖୋଲିବା ପାଇଁ ମଧ୍ୟ କେନ୍ଦ୍ରରୁ ଅନୁମୋଦନ ମିଳିସାରିଛି। ମୁଖ୍ୟମନ୍ତ୍ରୀ ନିଜେ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବା ପରେ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ୧ ନଂବର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେଥିରେ ନୂଆପଡ଼ାର ପ୍ରମୁଖ ଭୂମିକା ରହିଛି। ନୂଆପଡ଼ା ବିକଶିତ ହେଲେ ଓଡ଼ିଶା ୧ ନଂବର ରାଜ୍ୟ ହୋଇପାରିବ। ବିକଶିତ ନୂଆପଡ଼ା ଗଠନ ଦଳ ପାଇଁ ଏକ ସଂକଳ୍ପ। ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ବିଜେପି କୌଣସି ପଦକ୍ଷେପ ହାତଛଡ଼ା କରିବ ନାହିଁ। ତେଣୁ ନୂଅପଡ଼ାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ସୁଯୋଗ ଦିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମେତ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ନୂଆପଡ଼ା ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।