ଭୁବନେଶ୍ବର : ବିଜେପି ରାଜ୍ୟ ଉପସଭାପତି ପୃଥ୍ବୀରାଜ ହରିଚନ୍ଦନଙ୍କ ଜାତିଗତ ଜନଗଣନା ବିରୋଧୀ ବକ୍ତବ୍ୟ ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ ଏବଂ ଓଡ଼ିଶାର ୫୦ ଭାଗ ପଛୁଆବର୍ଗଙ୍କ ପାଇଁ ଅପମାନଜନକ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି।
ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜାତିଗତ ଆଧାରରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ମହିଳାଙ୍କୁ ନେଇ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରୁଥିବା ବେଳେ ରାଜ୍ୟ ବିଜେପି କର୍ମକର୍ତ୍ତାମାନେ ଏଭଳି ବିବୃତି ଦେବା ଦୁର୍ଭାଗ୍ୟଜନକ। ସେ କହିଛନ୍ତି, ଓଡ଼ିଶାରେ ପଛୁଆବର୍ଗ ରାଜ୍ୟ ସରକାରୀ ଚାକିରିରେ ୧୧.୨୫% ସଂରକ୍ଷଣ ପାଉଥିବା ବେଳେ ମେଡିକାଲ, ଇଂଜିନିୟରିଂ ପ୍ରଭୃତି ଉଚ୍ଚଶିକ୍ଷା କ୍ଷେତ୍ରରେ ଆଦୌ ସଂରକ୍ଷଣ ପାଉନାହାନ୍ତି। ସେଥି ପ୍ରତି ବିଜେପି ଅନ୍ତରିକତା ନ ଦେଖାଇ ଓଲଟି ଜାତିଗତ ଜନଗଣନାକୁ ନେଇ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ତୁରନ୍ତ କରୋନା ପରେ ପରେ ରାଜ୍ୟରେ ଜାତିଗତ ଜନଗଣନାକୁ ତ୍ବରାନ୍ବିତ କରିବା ସହ ପଛୁଆବର୍ଗଙ୍କୁ ମେଡିକାଲ, ଇଂଜିନିୟରିଂ ପ୍ରଭୃତି ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Samajwadi_Party.jpg)