ବିଜିୟୁରେ ଲୋକ ସମ୍ପର୍କ କର୍ମଶାଳା

ଭୁବନେଶ୍ୱର: ବିର୍ଲ୍ଲା ଗ୍ଲୋବାଲ୍‌ ୟୁନିଭରସିଟି (ବିଜିୟୁ) ଏବଂ ପବ୍ଲିକ୍‌ ରିଲେସନ୍‌ସ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ପିଆର୍‌ସିଆଇ) ପକ୍ଷରୁ ସୁ-ଶାସନ ସମ୍ପର୍କିତ ଏକ କର୍ମଶାଳା ଆୟୋଜନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବିଜିୟୁର କୁଳପତି ଡକ୍ଟର ସୁଧାକର ପଣ୍ଡା, ରେଜିଷ୍ଟ୍ରାର୍‌ ଡକ୍ଟର ବି.କେ. ଦାସ ଏବଂ ପିଆର୍‌ସିଆଇର ଅଧ୍ୟକ୍ଷ ଡକ୍ଟର ଅଶୋକ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମିଳନୀର ସଂଯୋଜକ ପ୍ରଫେସର ଶିବ ଶଙ୍କର ଦାସ, ଅଧ୍ୟାପନା ମଣ୍ଡଳୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ବିଜିୟୁର ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ର ଡିନ୍‌ ଡକ୍ଟର ପି ନାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଲୋକ ସମ୍ପର୍କ ସମ୍ପର୍କିତ ଅନେକ ବିଷୟରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର