ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ବିଜୟ କୁମାର ଶର୍ମାଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପଦରୁ ହଟାଇଛନ୍ତି। ବିକେ ଶର୍ମାଙ୍କ ସ୍ଥାନରେ ସରକାର ଆଇପିଏସ୍ ଅଧିକାରୀ ଅଭୟଙ୍କୁ ଅବସ୍ଥାପିତ କରିଛନ୍ତି। ବିକେ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ସେହିପରି ସୁନୀଲ ରୟଙ୍କୁ ଗୃହ ଓ ହୋମଗାର୍ଡ଼ ବିଭାଗର ଡିଜି ଭାବେ ନିଯୁକ୍ତି ମିଳିଛି।
ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଏହା ଜରୁରୀକାଳୀନ ଭିତ୍ତିରେ ଲାଗୁ କରିଛନ୍ତି। ଏଥି ସହିତ ସେ ଗୁଇନ୍ଦା ବିଭାଗର ଦାୟିତ୍ୱ ତୁଲାଇବେ। ଡେପୁଟେସନରୁ ଫେରିବା ପରେ ଅଭୟ ପୂର୍ଣ୍ଣକାଳୀନ ରୂପେ ଡିଜି ଦାୟିତ୍ୱ ନେବେ।
ସୂଚନାଯୋଗ୍ୟ ଆଜି ରାଜ୍ୟ ସରକାର ବରିଷ୍ଠ ପୁଲିସ ଅଧିକାରୀ ବି.କେ ଶର୍ମାଙ୍କ ବିରୋଧରେ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫାୟାର ସେଫଟି ସାର୍ଟିଫିକେଟ ଦେବାରେ ଅନିୟମିତତା ଅଭିଯୋଗ ଆସିବା ପରେ ଡିଜିଙ୍କୁ ରାଜ୍ୟ ସରକାର ଟାର୍ଗେଟ କରିଛନ୍ତି। ଦୀର୍ଘ ଦିନ ଯାଏଁ ଫାଇଲଗୁଡ଼ିକ ପଡ଼ି ରହିବା ପରେ ସନ୍ଦେହ ଦେଖାଯାଇଥିଲା। ଏ ନେଇ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ଗୃହ ବିଭାଗର ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/secretariat-odisha-1.jpg)