ଖୋର୍ଦ୍ଧା: ଚଳିତ ସାଧାରଣ ନିର୍ବାଚନରେ ସବୁଠାରୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟର ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ଅନ୍ତିମ ଦିନର ପ୍ରଚାର। ରାତାରାତି ଖୋର୍ଦ୍ଧା ରାଜନୀତି ପଲଟିଛି। ଅନ୍ତିମ ଦିନରେ ବିଜେପି ପାଇଁ ଖୋର୍ଦ୍ଧା ବିଜେଡି ବିଧାୟକ ଜିତୁ ମିତ୍ର ପ୍ରଚାର କରିଛନ୍ତି।
ଖୋର୍ଦ୍ଧାର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଗୁରୁବାର ଅପରାହ୍ଣରେ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡି ବିଧାୟକ ଶ୍ରୀ ମିତ୍ର ବିଜେପିର ଭୁବନେଶ୍ବର ଲୋକସଭ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ରୋଡ୍ ସୋ’ରେ ସାମିଲ ହୋଇ ପ୍ରଚାର କରିଛନ୍ତି। ବିଜେପିର ଏହି ରୋଡ୍ ସୋ' ଗୋଶାଳା ପଡ଼ିଆରୁ ବାହାରିଥିଲା।
/sambad/media/post_attachments/wp-content/uploads/2024/05/f181fff6-956f-481d-bb03-602363fe8bfb.jpeg)
ଜ୍ୟୋତିରିନ୍ଦ୍ର ନାଥଙ୍କ ଏଭଳି ପଦକ୍ଷେପ ନେଇ ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ଦିନକ ପରେ ଭୁବନେଶ୍ବର ଲୋକସଭା ନିର୍ବାଚନ ଓ ଏହାର ଅଧୀନ ୭ଟି ବିଧାନସଭା ଆସନରେ ମତଦାନ ହେବ। ଖୋର୍ଦ୍ଧା ଆସନରେ ମଧ୍ୟ ଆସନ୍ତା ୨୫ ତାରିଖ ଦିନ ମତଦାନ ହେବ। କିନ୍ତୁ ମତଦାନର ଦିନକ ପୂର୍ବରୁ ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର ବିଜେଡିରୁ ବିଧିବଦ୍ଧ ଇସ୍ତଫା ଦେଇଛନ୍ତି କି ନାହିଁ, ସେନେଇ ଜଣାପଡ଼ି ନାହିଁ। କିନ୍ତୁ ବିଜେପିରେ ପ୍ରଚାର କରୁଥିବାରୁ ସାଧାରଣରେ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି) ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧାରୁ ଟିକେଟ୍ ଦେଇଛି। ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ଅଣଦେଖା କରିଛି। ଶ୍ରୀ ନାଥ ୨୦୧୯ ବିଧାସନଭା ନିର୍ବାଚନରେ ୮୪,୫୫୩ ଖଣ୍ଡ ଭୋଟ୍ ପାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କାଳୁଚରଣ ଖଣ୍ଡାୟତରାୟଙ୍କୁ ୭୪,୫୧୦ ଖଣ୍ଡ ଭୋଟ୍ ମିଳିଥିଲା। ଶ୍ରୀ ମିତ୍ର ୧୦,୦୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/2bba8467-1de0-4d73-8604-a8032542e45c.jpeg)