ରାୟଗଡା: ରାୟଗଡାସ୍ଥିତ ଆସିଡିଏସ ଛକ ନିକଟରେ ସଂଧ୍ୟାରେ ଏକ କଳା ବ୍ୟାଗକୁ ନେଇ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା।ଅଜଣା ବ୍ୟାଗଟି ରାସ୍ତା କଡରେ କେହି ରଖି ଚାଲିଯାଇଥିବାରୁ ସେହି ବ୍ୟାଗରେ କଣ ରହିଛି ତାକୁ ନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହେଉଥିଲା। ତୁରନ୍ତ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗର ତନାଘନା ଆରମ୍ଭ କରିଥିଲେ।

Advertisment

ତେବେ ଦୀର୍ଘ ସମୟ ଧରି ପୁଲିସ ଘଟଣାସ୍ଥଳରେ ଅପେକ୍ଷା କରି ରହିଛି। ଖବର ଲେଖାଯିବା ବେଳକୁ ପୁଲିସ ବ୍ୟାଗ ନିକଟରେ ରହି ତଦନ୍ତ କରୁଥିଲା। ବୋମା ନିଷ୍କ୍ରିୟ ଟିମ୍‌  ଆସିବା ପରେ ବ୍ୟାଗରେ କଣ ରହିଛି ତାହା ଜଣାପଡିବ ବୋଲି ପୁଲିସ କହିଛି।ତେବେ ଏହି ନିକଟରେ କୌଣସି ସିସିଟିଭି ନଥିବା ବେଳେ ଜଣେ ସ୍ଥାନୀୟ ଲୋକଙ୍କ ଘରେ ସିସିଟିଭି ରହିଥିଲେ ମଧ୍ୟ ବ୍ୟାଗ କିଏ ଛାଡିଲା ତାହା ସେଥିରେ ଜଣାପଡୁନଥିବା ଦେଖିବାକୁ ମିଳିଛି। ତେଣୁ ପୁଲିସର ତଦନ୍ତରେ ଜଟିଳତା ଦେଖାଦେଇଛି। ତେବେ ଏହି ବ୍ୟାଗରେ କଣ ରହିଛି ତାହା କିଛି ଲୋକ ପାଖକୁ ଯାଇ ଠେଲାପେଲା କରିଥିଲା। କିନ୍ତୁ ବ୍ୟାଗଟି ଓଜନ ରହିଥିବା ଦେଖିବାକୁ ମିଳିଥିଲା।ତେବେ ପୁଲିସର ତଦନ୍ତ ପରେ ହିଁ ବ୍ୟାଗରେ କଣ ରହିଛି ତାହା ଜଣାପଡିବ ବୋଲି କୁହାଯାଇଛି।ସ୍ଥାନୀୟ ଲୋକେ କିନ୍ତୁ ଭୟ ଓ ଆତଙ୍କରେ ରହିଛନ୍ତି। କାଳେ ବ୍ୟାଗରେ କେହି ବୋମା ରଖିଥାଇପାରନ୍ତି ବୋଲି ସଂଦେହ କରି ଦୁରେଇ ଯାଉଥିବା ଦେଖିବାକୁ ମିଳିଛି।