ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରାଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼

ବୌଦ୍ଧ: ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନାରାୟଣ କର୍ମୀଙ୍କ ନେତୃତ୍ବରେ ୨୦ରୁ ଉର୍ଦ୍ଧ୍ବ ବିଜେପି ନେତା ବୌଦ୍ଧ ଜିଲ୍ଲା ବଲାସିଙ୍ଗା ଛକ ଠା‌ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କରାଯାଇଛି। ଏଥିରେ ବରିଷ୍ଠ ନେତା ସୂର୍ଯ୍ୟ ମହାପାତ୍ର, ଦାମୋଦର ମିଶ୍ର, ଅରୁପା ଦିପ, ମିଥୁନ ଚାନ୍ଦ, ଆଶୁତୋଷ ପ୍ରଧାନ, ଶୁଶାନ୍ତ ଧଳ, ନିଳାଦ୍ରୀ ନାୟକ, ତ୍ରୀଦୀପ ପାଣିଗ୍ରାହୀ ସମେତ ୨୦ ରୁ ଉର୍ଦ୍ଧ୍ବ ବିଜେପି ନେତା ଓ କର୍ମୀ ସାମିଲ ରହିଥିଲେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ସୋନପୁରର ଏକ ଲକ୍ଷ ପଚାଶ ହଜାର ଲୋକ ଏହି ସୁବିଧା ପାଇବା ବେଳେ ବୌଦ୍ଧର ତିନି ଲକ୍ଷ ବାସ୍ତରି ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ । ବୌଦ୍ଧ ଜିଲ୍ଳାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇ ଯାଉଥିବା ବେଳେ ମନ୍ତ୍ରୀ ପଦ୍ମନାଭ ବେହେରା ଓ ନିରଞ୍ଜନ ପୂଜାରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା।

ସମ୍ବନ୍ଧିତ ଖବର