ବରଗଡ଼ : ଉତ୍କଳ ଦିବସକୁ ବିରୋଧ କରି କୋଶଲ ରାଜ୍ୟ ସମନ୍ବୟ ସମିତି କଳା ଦିବସ ପାଳନ କରିଛି। ସମିତି ସ୍ଥାନୀୟ ଗାନ୍ଧୀ ଛକ ଠାରେ କଳା ପତାକା ଉଡ଼ାଇଛି। ସକାଳୁ ସମିତିର କର୍ମକର୍ତାମାନେ ଗାନ୍ଧୀ ଛକ ଯାଏଁ କଳା ବ୍ୟାନର ଧରି ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ରାଜ୍ୟ ଗଠନ ହେଲା ଦିନରୁ ଆମ ଅଞ୍ଚଳର ଦୁର୍ଦିନ ଆରମ୍ଭ ହେଲା ବୋଲି ନାରାବାଜି ହୋଇଥିଲା। କଳା ପତାକା ଉଡ଼ାଇବା ପୂର୍ବରୁ ସମିତିର କର୍ମକର୍ତା ଏବ˚ ପୁଲିସ୍ ମଧୢରେ ଛକାପଞ୍ଝା ଆରମ୍ଭ ହୋଇଥିଲା। ପୁଲିସ୍ ଶୋଭାଯାତ୍ରା ସା˚ଗରେ ଯାଉଥିଲା। ହେଲେ ଗାନ୍ଧୀ ଛକଠାରେ ସମିତିର କର୍ମକର୍ତା କୌଣସି ହିସାବରେ କଳା ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ପୁଲିସ୍ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସ୍ ସମିତିର ଯୁଗ୍ମ ଆବାହକ ସୁନୀଲ ପୁରୋହିତ, ଯୁବ ସମନ୍ବୟ ସମିତି ଉପସଭାପତି ଲିପ୍ସିତ୍ ମିଶ୍ର, ଦୀପକ ଦାଶ, ଦିନେଶ ସରାଫ, ଅଜିତ ପତି, ସୁରେନ୍ଦ୍ର ପଣ୍ଡାଙ୍କ ସମେତ ୪୦ଜଣଙ୍କ ଗିରଫ କରି ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା।
ଉଡ଼ିଲା କଳା ପତାକା: ପୁଲିସ୍ ସହ ଧସ୍ତାଧସ୍ତି, ୪୦ ଗିରଫ
/sambad/media/post_attachments/wp-content/uploads/2019/04/black-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)