ପିିକଅପ୍ ଭ୍ୟାନ ସହିତ ୬୦ ବସ୍ତା ଅଙ୍ଗାର ଜବତ, ଦୁଇ ଗିରଫ

ଘଟଗାଁ: ଗତକାଲି ରାତିରେ ଘଟଗାଁ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇ ମେଲାଣ ଗ୍ରାମର ବଣସାହିରୁ ଅଙ୍ଗାର ବୋଝେଇ ପିକଅପ ଭ୍ୟାନ(ଓଡି ୩୪ଡି୩୭୧୦) ସହିତ ୬୦ ବସ୍ତା ଅଙ୍ଗାର ଜବତ କରାଯାଇଛି। ଘଟଣାରେ ସଂପୃକ୍ତ ଦୁଇଜଣଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସ୍ଥାନୀୟ ରଙ୍ଗମାଟିଆ ଗ୍ରାମର ଶିବ ମାରାଣ୍ଡି ଓ ଧର୍ମଶାଳା ଥାନା ଅନ୍ତର୍ଗତ କୁନ୍ଦପାଟଣା ଗ୍ରାମର ସନ୍ତୋଷ କୁମାର ପୃଷ୍ଟି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର