ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ସୂଚନା ଦିଆଯାଇଛି ।
ସମ୍ପୃକ୍ତ ରୋଗୀଙ୍କ ବୟସ ୭୧ ବର୍ଷ ହୋଇଥିବାବେଳେ ସେ ଅନିୟନ୍ତ୍ରିତ ମଧୁମେହ ରୋଗରେ ପୀଡିତ ଥିଲେ । ଗତ ଏପ୍ରିଲ ୨୦ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହେବା ପରେ ଘରେ ହୋମ୍ ଆଇସୋଲେସନରେ ରହିଥିଲେ । ଏହାପରେ ତାଙ୍କ ପାଖରେ ବ୍ଲାକ୍ ଫଙ୍ଗସର ଲକ୍ଷଣ ଦେଖାଯିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ତାହା ବ୍ଲାକ୍ ଫଙ୍ଗସ୍ ବୋଲି ସ୍ପଷ୍ଟ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/b5b018d1-bd71-4d02-b704-ee96e6b2655b.jpg)
