ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ଜୁନାଗଡ଼ ଓ ଗୋଲାମୁଣ୍ଡାରେ ବିଜେଡିର ମାରାଥନ୍‌ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ପରେ ଜୁନାଗଡ଼ କାର୍ଯ୍ୟକ୍ରମ ସାରି ଗୋଲାମୁଣ୍ଡା ଯାଉଥିବାବେଳେ କଦଳୀମୁଣ୍ଡା ଛକଠାରେ ଯୁବ କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର , ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗାଡ଼ିକୁ କଳାପତାକା ପ୍ରଦର୍ଶନ କରାଯାଇଛି। ପୁଲିସ ସେଠାରେ ପହଞ୍ଚି ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, କଦଳୀମୁଣ୍ଡା ଛକରେ ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ପ୍ରାୟ ୪୦ ଜଣ କର୍ମୀ ‘ଗୋ-ବ୍ୟାକ୍‌’ ସ୍ଲୋଗାନ୍‌ ଦେଇ କଳାପତାକା ପ୍ରଦର୍ଶନ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଅଟକାଇ କାରକେଡ୍‌ ସମ୍ମୁଖକୁ ନଯିବା ପାଇଁ ଚେଷ୍ଟା କରିଥିଲା। ଫଳରେ, ଉଭୟ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟିଥିବାବେଳେ ଏହି ମାମଲାକୁ ନେଇ ବିରୋଧୀ ଦଳ ଗୃହରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦାବି କରି ଆସୁଛନ୍ତି। କିଛିଦିନ କଳାହାଣ୍ଡି ଜିଲ୍ଲାରେ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ ଘଟଣା ଥମିଥିବାବେଳେ ପୁଣି କଳାପତାକା ପ୍ରଦର୍ଶନ ନେଇ ଜିଲ୍ଲା ରାଜନୀତି ସରଗରମ ହେବାରେ ହୋଇଛି।