କପ୍ତିପଦା/ଶାଳଚୁଆ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ରେ ଏକ ପୋଲ ଶିଳାନ୍ୟାସ କରିବାକୁ ଯାଉଥିବା ସମୟରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସରକାର ଉଦ୍ୟମ କରୁନଥିବା ଅଭିଯୋଗ କରି ଜଣେ ଯୁବକ ଏହି କାର୍ଯ୍ୟ କରିଥିବା ବେଳେ ସେ କୌଣସି ରାଜନୈତିକ ଦଳର କର୍ମୀ ନୁହନ୍ତି ବୋଲି ଜଣାପଡ଼ିଛି।
ଗୁରୁବାର ମଧ୍ୟାହ୍ନରେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ପୋଲ ପାଇଁ ଶିଳାନ୍ୟାସ କରିବାକୁ ଯିବାବେଳେ ଶରତ ବଜାର ନିକଟରେ ଯୁବକଜଣକ କଳାପତାକା ଧରି ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି ନାରାବାଜି କରିଥିଲେ। ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ କାବୁ କରିବା ପରେ ରାଜସ୍ବ ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଯାଇଥିଲା। ଯୁବକଜଣଙ୍କୁ ଛାଡ଼ି ଦିଆଯାଇଛି।
ତେବେ ସଂପୃକ୍ତ ଯୁବକଙ୍କ କହିବା ଅନୁସାରେ, ଶରତ ଅଞ୍ଚଳର ୯୯ ପ୍ରତିଶତ ଲୋକ ଆଦିବାସୀ। ହେଲେ ସେମାନଙ୍କ ଦୁଃଖ ବୁଝିବା ପାଇଁ କେହି ସରକାରୀ ଅଧିକାରୀ କିମ୍ବା ଜନପ୍ରତିନିଧି ଅନ୍ୟ ସମୟରେ ଆସୁନାହାନ୍ତି। ଠିକ୍ ନିର୍ବାଚନ ସମୟରେ ପହଞ୍ଚି ଯାଉଛନ୍ତି। ଏହାର ବିରୋଧ କରି ସେ କଳା ପତାକା ଦେଖାଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/0a1ed6b6-a286-4dd7-803e-8769557cceaa.jpg)