ବଢ଼ୁଛି ବ୍ଲାକ୍ ଫଙ୍ଗସ୍‌: ଏଯାଏ ରାଜ୍ୟରେ ୧୫ ଆକ୍ରାନ୍ତ, ୨ ମୃତ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ବ୍ଲାକ୍ ଫଙ୍ଗସ୍‌ ବା ମ୍ୟୁକରମାଇକୋସିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ସପ୍ତାହ ତଳେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଏହି ସଂଖ୍ୟା ୧୫ରେ ପହଞ୍ଚିଛି। ଏହା ସହ ଏଥିରେ ପୂର୍ବରୁ ରାଜଧାନୀରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଏବେ ଆଉ ଜଣେ ପ୍ରାଣ ହରାଇଥିବା ନେଇ ଚର୍ଚା ହେଉଛି।

ଦେଶବ୍ୟାପୀ ବ୍ଲାକ୍ ଫଙ୍ଗସ୍ ଏବେ ଚିନ୍ତାର କାରଣ ପାଲଟିଛି। ଦିଲ୍ଲୀ, ମୁମ୍ବାଇ, ବା‌ଙ୍ଗାଲୋର, ରାଜସ୍ଥାନ, ଗୁଜୁରାଟ ଭଳି ରାଜ୍ୟରେ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି। ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ନଜରକୁ ଆସିଲାଣି। ବିଶେଷଜ୍ଞଙ୍କ ମତରେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍‌କୁ ନେଇ ଏକାଧିକ ଥିଓରି ରହିଛି। ଅନେକ କରୋନା ସଂକ୍ରମିତ ବ୍ୟକ୍ତି ଅଧିକ ଦିନ ଧରି ଆଇସିୟୁ ରହିବା ଓ ମନଇଚ୍ଛା ଷ୍ଟେରୋଏଡର ବ୍ୟବହାର ଯୋଗୁଁ ବ୍ଲାକ୍ ଫଙ୍ଗସ୍ ବ୍ୟାପୁଥିବା ଦାବି କରୁଛନ୍ତି।

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ୭ଜଣିଆ କମିଟି ଗଠନ କରିଛନ୍ତି। ଏହାସହ ବ୍ଲାକ ଫଙ୍ଗସ୍‌କୁ ଏକ ଅଧିସୂଚିତ ରୋଗ ଭାବେ ଘୋଷଣା କରାଯାଇଛି। ତେଣୁ ରାଜ୍ୟର ଯେଉଁ ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହେବେ ତାହା ସଂପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର