ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଗୁଣି ସନ୍ଦେହରେ ଘଟିଛି ପୁଣି ଏକ ହତ୍ୟାକାଣ୍ଡ। ଗୁଣି ସନ୍ଦେହରେ ଜଣେ ବୃଦ୍ଧ ରାଇମଣି ମିଣିଆକା(୬୧)ଙ୍କୁ ହତ୍ୟା କରାଯାଇଛି। ହତ୍ୟା ଅଭିଯୁକ୍ତ ସେହି ଗ୍ରାମର ସାଙ୍କାରାଓ କାଡ୍ରାକାକୁ ପୋଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ରାଇମଣି ଗତକାଲି ନିଜ ଜମିରୁ କାମସାରି ଘରକୁ ଫେରୁଥିଲେ। ସେହି ସମୟରେ ପୂର୍ବ ଯୋଜନା ମୁତାବକ ରାସ୍ତାରେ ଜଗି ରହିଥିବା ଅଭିଯୁକ୍ତ ସାଙ୍କାରାଓ ଧାରୁଆ ଅସ୍ତ୍ରରେ ରାଇମଣିକୁ ଗଳାକାଟି ହତ୍ୟା କରିବା ପରେ ରାସ୍ତା ପାର୍ଶ୍ୱ ଗାତରେ ଫିଙ୍ଗି ଚାଲି ଯାଇଥିଲେ। ରାତି ପର୍ଯ୍ୟନ୍ତ ରାଇମଣି ଘରକୁ ଫେରିନଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ପାଇନଥିଲେ। ପରେ ସକାଳେ ପୁଣି ପରିବାର ଲୋକ ନିଜ ସମ୍ପର୍କୀୟଙ୍କ ଘର କୁସମିଳା ଗ୍ରାମକୁ ଯାଉଥିବା ବେଳେ ରାସ୍ତାରେ ରକ୍ତ ପଡିଥିବା ପୁଅ ଗୋପୀ ମିଣିଆକା ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କୁ ଉକ୍ତ ବିଷୟରେ କହିବା ପରେ ସମସ୍ତେ ଆସି ଖୋଜାଖୋଜି ବେଳେ ରାସ୍ତା ପାର୍ଶ୍ୱ ଏକ ଗାତରେ ରାଇମଣିଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର