ବାରିପଦା : କରୋନା ଭାଇରସକୁ ପ୍ରତିହତ କରାଇବା ନିମନ୍ତେ ମାର୍ଚ୍ଚ ୨୪ରୁ ମୟୂରଭଞ୍ଜ ଜିଲ୍ଲାକୁ ଲକ୍ ଡ଼ାଉନ ଘୋଷଣା ଲରାଯାଇଛି । ଏହି ସମୟରେ ପରିବା, ମାଛ, ମାଂସ, ତେଜରାତି(ଗ୍ରୋସାରୀ), ଦୁଗ୍ଧ , ସରକାରୀ କଣ୍ଟ୍ରୋଲ ଆଦି କେତେକ ଆବଶ୍ୟକୀୟ ଦୋକାନ ସହିତ ପେଟ୍ରୋଲ, ଔଷଧ ଭଳି କେତେକ ଜରୁରୀକାଳୀନ ସେବା ଯୋଗାଇଥିବା ଦୋକାନକୁ ଖୋଲା ରଖିବା ନିମନ୍ତେ ଅନୁମତି ମିଳିଛି । କିନ୍ତୁ କରୋନାକୁ ଢ଼ାଲ କରି କଳାବଜାରୀମାନେ ଖାଉଟିମାନଙ୍କୁ ଲୁଟି ଚାଲିଛନ୍ତି । ବଜାରରେ ଆଳୁ, ପିଆଜ, ଲଙ୍କା, ରସୁଣ, ଆଦା, ପନିପରିବା, ଖାସି ମାଂସ, ମାଛ ଆଦି ମୂଲ୍ୟ ବୃଦ୍ଧି ପାଇଛି । ସେହିପରି ସିଗାରେଟ, ପାନ, ପାନ ମସଲା, ଘୁଟକା, ଖଇନି ଆଦି ଦୋକାନ ବନ୍ଦ ରହିଥିଲେ ମଧ୍ୟ ଏହି ସମସ୍ତ ଦ୍ରବ୍ୟର ବ୍ୟାପକ କଳାବଜାରୀ ଚାଲିଛି । ଆଳୁ ୨୨ଟଙ୍କା, , ପିଆଜ ୩୦, ରସୁଣ ୧୬୦, ଅଦା ୧୦୦, ଶୁଖିଲା ଲଙ୍କା ୩ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଖାସି ମାଂସ ୬ରୁ ବୃଦ୍ଧି ପାଇ ୭ ଶହ, ୧ କି.ଗ୍ରା ଓଜନ ମଧ୍ୟରେ ରୋହୀ ଓ ଭାକୁଡ଼ ମାଛ୧୩୦ରୁ ବୃଦ୍ଧି ପାଇ ୩ଶହ ଟଙ୍କା, ଭେକଟି ୬ ଶହ ଟଙ୍କା, ଚୁନା ମହୁରାଳି ୨୫୦ ଗ୍ରାମକୁ ୯୦ ଟଙ୍କା, ଛୋଟ ଚିଙ୍ଗୁଡ଼ି ୨୫୦ ଗ୍ରାମକୁ ଶହେ ଟଙ୍କାରେ ବିକ୍ରି ହେଉଛି । ସେହିପରି ଦୋକାନ ବନ୍ଦ ଥାଇ ବଜାରରେ ବାହାର, ସଫଳ, ପାନବାହାର ଆଦି ଘୁଟକା ଓ ଝାଡ଼ଖଣ୍ଡ, ରକେଟ, ଶଙ୍କର ଆଦି ଖଇନି ୮ ଟଙ୍କା, ଗୋଲ୍ଡ ଫ୍ଲାକ୍ ସିଗାରେଟ ଗୋଟା ୧୫ ଟଙ୍କା, ଫ୍ଲାକ ୧୦ ଏହି ପରି ବିଭିନ୍ନ ବ୍ରାଣ୍ଡର ସିଗାରେଟ, ଖଇନି, ଗୁଟ୍ଖା ଆଦି ବହୁ ଚଢ଼ା ମୂଲ୍ୟାରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି ।