ବରଗଡ଼ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ ୨ଲକ୍ଷ ଟଙ୍କା ସହ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଶ୍ରୀ ନାୟକ ଗୋଟିଏ ସ୍ବିଫ୍ଟ କାର୍ (ଓଡି ୧୫କେ ୬୧୧୧)ରେ ସମ୍ବଲପୁର ଅଭିମୁଖେ ଯାଉଥିଲା ବେଳେ ବରାହଗୋଡ଼ାସ୍ଥିତ ଟୋଲ୍ଗେଟ୍ ପାଖରେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ଗାଡ଼ିର ଯାଞ୍ଚ ବେଳେ ସିଟ୍ ତଳୁ ୨ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା। ପକେଟ୍ରୁ ୬,୧୨୦ ଟଙ୍କା ମିଳିଥିଲା। ପରେ କାର୍କୁ ସମ୍ବଲପୁର ନିଆଯାଇଛି। ସେଠାରେ କାର୍ର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2021/12/v2.jpg)
ଲାଞ୍ଚ ନେଇ ଧରାପଡ଼ିଲେ କନେଷ୍ଟବଳ
ବରଗଡ଼ : ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଜଣେ କନଷ୍ଟେବଳ ଧରାପଡ଼ିଛନ୍ତି। ସୂଚନାନୁସାରେ, ବରଗଡ଼ ଜ଼ିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ଋଷୁଡ଼ା ଆଉଟ୍ ପୋଷ୍ଟରେ କାର୍ଯ୍ୟରତ ରଞ୍ଜନ ପ୍ରଧାନ ନାମକ କନଷ୍ଟେବଳ ଭେଡ଼େନ ଥାନା ପଣ୍ଡକିପାଲି ଗ୍ରାମର ଚୈତନ୍ୟ କୁଦେଇଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ଏକ ସାଙ୍ଗରେ ଚଢ଼ଉ କରି ଟଙ୍କା ସମେତ କନଷ୍ଟେବଳ ଶ୍ରୀ ପ୍ରଧାନଙ୍କୁ ଧରିଥିଲେ ବୋଲି ବରଗଡ଼ ଭିଜିଲାନ୍ସ ଡିଏସ୍ପି ଦାଶରଥି ସେଠୀ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2021/12/v3.jpg)
କୋଟିପତି ପୁଲିସ କନେଷ୍ଟବଳ ଗିରଫ
ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା କୋଟିପତି ପୁଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୧୮/୨୧ରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ କନେଷ୍ଟବଳ ସୁଦର୍ଶନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ତାଙ୍କ ନିକଟରୁ ସମୁଦାୟ ୧.୬୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/v1.jpg)