ଭୁବନେଶ୍ବର : ଆଜି ପୂର୍ବାହ୍ନରେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘସିପୁରା, ଆନନ୍ଦପୁର, ଚମ୍ପୁଆ, ପାଟନା ଏବଂ କେନ୍ଦୁଝର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ୍ୟ ବିଦ୍ୟୁତକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଓପିଟିସିଏଲ୍ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଯେ ବିଦ୍ୟୁତକରଣ କାର୍ଯ୍ୟ ବିଳମ୍ବ କରୁଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କର। ବୈଠକରେ େକନ୍ଦୁଝର ଜିଲ୍ଲାର ଯେଉଁ ଅଞ୍ଚଳରେ ବିଦ୍ୟୁତକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିିଁ ତାହାର ସମସ୍ୟା ଏବଂ ଅଗ୍ରଗତି ବିଷୟରେ ଆଲୋଚନା େହାଇଥିଲା। ବିଶେଷକରି ହାତୀମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ସରକାର ଜୋର ଦେଇଥିଲେ। ସ୍ଥିର ହୋଇଥିଲା, ବିଦ୍ୟୁତ ଆଘାତ କାରଣରୁ ହାତୀ ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ନିଆଯିବ। ଅଧିକ ଉଚ୍ଚ ବିଦ୍ୟୁତ ଖୁଣ୍ଟିସ୍ଥାପନ ହେବ। ୩୩/୧୧ ଏବଂ ୨୨୦/୧୩୨ ସବ୍‌ଷ୍ଟେସନ୍‌ କାର୍ଯ୍ୟର ଅଗ୍ରଗତି ନେଇ ବି ସମୀକ୍ଷା ହୋଇଥିଲା । ଯେଉଁ କେତୋଟି ଗ୍ରାମ ବିଦ୍ୟୁତ ସଂଯୋଗ େହାଇପାରିନାହିଁ, ସେମାନଙ୍କୁ ଚିହ୍ନଟ କରିବାକୁ ସ୍ଥିର ହୋଇଛି। ଏସବୁ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦେବା ପାଇଁ ଏକ ସଂପୂର୍ଣ୍ଣ ମାଷ୍ଟର ପ୍ଳାନ୍‌ ପ୍ରସ୍ତୁତ କରିବା ପାଇଁ ନେସ୍କୋ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ଏହି ବୈଠକରେ ଦକ୍ଷତା ବିକାଶ ତଥା ବୈଷିୟକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦନ ନାୟକ, ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ଭାଗୀରଥୀ ସେଠୀ, ବିଧାୟିକା ମୀନାକ୍ଷି ମହାନ୍ତ, ଶକ୍ତି ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ସଂଗ୍ରାମ କେଶରୀ ସ୍ବାଇଁଙ୍କ ସମେତ ନେସ୍କୋ, ଓପିଟିସିଲଏଲ୍‌ ଓ ଏନ୍‌ଟିପିସିର ବରିଷ୍ଠ ଯନ୍ତ୍ରୀ ତଥା ଅଧିକାରୀମାନେ ଉପସ୍ଥିତ ଥିଲେ।