ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରୁ ଲଘୁ ଖଣିଜ ସମ୍ପଦ ହରିଲୁଟ୍ କାରବାରକୁ ନେଇ ବିବାଦ ଘନେଇବାରେ ଲାଗିଛି। ଗତ ୫ବର୍ଷ ମଧ୍ୟରେ ଧର୍ମଶାଳା ତହସିଲ ଅଞ୍ଚଳରୁ ଏକହଜାର କୋଟି ଟଙ୍କାର କଳାପଥର ଚୋରାଚାଲାଣ ହୋଇଥିବା ନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଶୁଣାଣି କରି ଅଧିକ ତଥ୍ୟ ପ୍ରଦାନ କରିବାକୁ ଲୋକାୟୁକ୍ତ ଅଭିଯୋଗକାରୀଙ୍କୁ ୭ଦିନ ସମୟ ଦେଇଥିବା ଜଣାପଡ଼ିଛି।
ଧର୍ମଶାଳା ତହସିଲର ରାହାଡ଼ପୁର, ଡଙ୍କାରୀ, ଲୁଣିବର, ବରଡ଼ା, ବାଜବାଟି, ଆରୁହା ଓ ବିଛାଖଣ୍ଡି ପାହାଡ଼ ଲିଜ୍ ଜରିଆରେ ବର୍ଷ ବର୍ଷ ଧରି ଶହଶହ କୋଟି ଟଙ୍କାର କଳାପଥର (ଗ୍ରାନାଇଟ୍) ଚୋରା ଚାଲାଣ ହୋଇଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ବିଛାଖଣ୍ଡି ଓ ବାଜବାଟିରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି। ଆବେଦନକାରୀ ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଧର୍ମଶାଳା ତହସିଲରରୁ ୧ହଜାର କୋଟି ଟଙ୍କା କଳାପଥର ଚୋରାଚାଲାଣ ହୋଇଥିବା ନେଇ ଲୋକାୟୁକ୍ତରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଅଭିଯୋଗ ସମ୍ପର୍କରେ ଲୋକାୟୁକ୍ତ ଶୁଣାଣି କରି ନିର୍ଦିଷ୍ଟ ତଥ୍ୟ ଓ କେଉଁ କେଉଁ ଅଧିକାରୀ ସମ୍ପୃକ୍ତ, ସେ ନେଇ ଅଧିକ ତଥ୍ୟ ନେବାକୁ ୭ଦିନ ସମୟ ଦେଇଛନ୍ତି। ଆସନ୍ତା ୨୪ତାରିଖରେ ଲୋକାୟୁକ୍ତରେ ଶୁଣାଣି ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/mines.jpg)