ନୀଳଗିରି : ବାହାଘରର କିଛି ଘଣ୍ଟା ଆଗରୁ ଜଣେ ଭାବି ବରଙ୍କୁ ବ୍ଲେଡରେ ଆକ୍ରମଣ ଘଟଣା ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ନୀଳଗିରି ସୁଇଟ୍ସର ମାଲିକ ତଥା ୱାର୍ଡ ନଂ୫ର ବାସିନ୍ଦା ଅନ୍ତର୍ଯ୍ୟାମୀ ବେହେରାଙ୍କ ପୁଅ ମନୋଜ ବେହେରା(୨୮) ନିଜ ବାହାଘରର ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଅପରାହ୍ନରେ ନିକଟସ୍ଥ କାଳୀଝାଟି ଅଞ୍ଚଳକୁ ଯାଇଥିଲେ । ସେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ତିନିକୋଶିଆ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଧମକାଇ ଉକ୍ତ ଯୁବତୀଙ୍କୁ ବିବାହ ନ କରିବାକୁ ଧମକ ଦେଇଥିଲେ।
ମନୋଜଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିବା ସହ ବ୍ଲେଡରେ ତାଙ୍କ ଉପରକୁ ଆକ୍ରମଣ କରି ସେଠୁ ପଳାଇଥିଲେ। ତା’ପରେ ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳରୁ ମନୋଜଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ନେଇଥିଲେ। ଖବର ପାଇ ପୁଲିସ୍ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାଯାଇଛି। ପ୍ରେମ ବ୍ୟାପରକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଆକ୍ରମଣକାରୀମାନଙ୍କୁ ଧରିବା ଲାଗି ଉଦ୍ୟମ କରୁଥିବାର ସୂଚନା ମିଳିଛି। ଏନେଇ ପୁଲସ୍ ଅଧିକ ଖୋଳତାଡ଼ କରୁଛି।
/sambad/media/post_attachments/wp-content/uploads/2020/01/blade.jpg)
ସୂଚନାଯୋଗ୍ୟ, ରେମୁଣା ଥାନା ଅନ୍ତର୍ଗତ ଆରମୂଳା ଗ୍ରାମର ଜଣେ ଯୁବତୀଙ୍କ ସହ ମନୋଜଙ୍କର ବାହାଘର ସ୍ଥିର ହୋଇଛି। ଏହି ବାହାଘର ୧୯ ତାରିଖରେ ହେବାର ଅଛି। ଏହି ଘଟଣା ପରେ ବାହାଘର ସଂପର୍କରେ ଉଭୟ ବର-କନ୍ୟା ପରିବାର ମଧ୍ୟରେ ଆଲୋଚନା ଜାରି ରହିଥିବାର ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Man-Attacked-by-Blade_Thumbnail.jpg)