ସମ୍ବଲପୁରରେ ଫାଙ୍କା ଗୁଳିଚାଳନା

ସମ୍ବଲପୁର : ଶୁକ୍ରବାର ରାତି ପ୍ରାୟ ୧୦ଟା ୪୦ରେ ଠେଲ୍‌କୋପଡ଼ା ସନ୍ତରଣାଗାର ଛକ ନିକଟରେ ଫାଙ୍କା ଗୁଳିଚାଳନା ହୋଇଥିବା ଜଣାପଡ଼ିଛି। ଛକରେ ଛିଡ଼ା ହୋଇଥିବା ଦୁଇ ଜଣ ଯୁବକ କଥାବାର୍ତ୍ତା ହେଉଥିଲେ। ଏତିକି ବେଳେ ସେମାନଙ୍କ ମଧ୍ୟରୁ ଜଣକ ଅଚାନକ ପିସ୍ତଲ ବାହାର କରିଥିଲେ। ‘ଦେଖ, କେମିତି ଗୁଳି ଫୁଟାଯାଏ’ ବୋଲି କହି ପିସ୍ତଲକୁ ଉପରମୁହାଁ କରି ଗୁଳି ଚଳାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ସଂକ୍ରାନ୍ତରେ ଖବର ପାଇ ଟାଉନଥାନା ପୁଲିସ୍‌ ସେଠାରେ ପହଁଚିଥିଲା। ହେଲେ, ଗୁଳିଚାଳନା ସଂକ୍ରାନ୍ତରେ କିଛି ଜଣାପଡ଼ିନଥିବା ଟାଉନ ଥାନା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର