ଭୁବନେଶ୍ୱର: ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ପୁରୀ ଜିଲ୍ଲା ପିପିଲି ବ୍ଲକ୍ ମଙ୍ଗଳପୁର ପଞ୍ଚାୟତରେ ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କରାଯାଇଛି। ଏହି ଅବସରରେ ଲେଡିଜ ଫୋରମର ସଦସ୍ୟାମାନେ ଗ୍ରାମର ଲୋକମାନଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଲେଡିଜ ଫୋରମ୍ର ସଭାପତି ପ୍ରଣତୀ ପରିଡ଼ା, ସମ୍ପାଦକ ଅର୍ଚ୍ଚନା ମଲ୍ଲ ଓ ବରିଷ୍ଠ ସଦସ୍ୟା ନମିତା ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
‘‘ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳପୁରରେ ହୋଇଥିବା ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଫଳରେ ଅନେକ ଲୋକ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସମାଜର ପଛୁଆ ବର୍ଗର ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ କରିବୁ’’, କହିଛନ୍ତି ୟୁସିସିଆଇ ଲେଡିଜ ଫୋରମର ସଭାପତି ପ୍ରଣତୀ ପରିଡ଼ା। ଏହି ଅବସରରେ ଗ୍ରାମର ମହିଳାମାନଙ୍କ ସହିତ ମିଶି ଲେଡିଜ ଫୋରମର ସଦସ୍ୟାମାନେ ଅର୍ପଣ ରଥରେ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/WhatsApp-Image-2024-01-15-at-17.55.36_4d8ba59f.jpg)