ପିପିଲି: ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିବା ଖବର ପାଇ ଆଜି ସକାଳେ ପୁରୀ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଲାଗି ସେଠାରେ ଫରେନସିକ୍ ଟିମ୍ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୨ଟାରେ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଥାନାର ଛାତ ଭୁଷୁଡି ପଡ଼ିବା ସହ କାନ୍ଥ ଭାଙ୍ଗି ମାଟିରେ ମିଶିଯାଇଥିଲା। ବିସ୍ଫୋରଣ ଫଳରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ଆଇଆଇସି ଅଫିସ ସମେତ ହାଜତ ମଧ୍ୟ ମାଟିରେ ମିଶିଛି।

Advertisment

publive-imageକେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟି ହୋଇପାରିନାହିଁ। ଜବତ ହୋଇଥିବା ବିସ୍ଫୋରକ ଫୁଟି ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପୁରୀ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି। ତଦନ୍ତ ପରେ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

publive-image

ବଳଙ୍ଗା ଥାନା ଅଧିକାରୀ ରଶ୍ମିରଞ୍ଜନ ପୃଷ୍ଟି କହିଛନ୍ତି, ମାଲଖାନାରେ ଥିବା ବ୍ୟାଟେରିଗୁଡ଼ିକର ସର୍ଟସର୍କିଟରୁ ଏହି ବିସ୍ଫୋରଣ ଘଟିଥିଲା।

ପୁରୀ ଏସପି ଡକ୍ଟର କେ ବିଶାଲ ସିଂହ କହିଛନ୍ତି, ମାଲଖାନାରେ କିଛି ସଂରକ୍ଷିତ ଜିନିଷ (ବାଣ କିମ୍ବା କମ୍ ତୀବ୍ରତା ଥିବା ବିସ୍ଫୋରକ) କାରଣରୁ ବିସ୍ଫୋରଣ ଘଟିଛି। ବିସ୍ଫୋରଣର କାରଣ କଣ, ତାହା ଜାଣିବା ପାଇଁ ବିସ୍ତୃତ ଅନୁସନ୍ଧାନ କରାଯାଉଛି।

ଅପରପକ୍ଷରେ ପୁଲିସର ଦାୟିତ୍ବହୀନତା ଯୋଗୁ ଏଭଳି ବିସ୍ଫୋରଣ ଘଟିଥିବା କୁହାଯାଉଛି।