ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ: ମୃତ୍ୟୁ ସଂଖ୍ୟା ୨

କଟକ: କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏସସିବିରେ ଚିକିତ୍ସାଧୀନ ଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପଣ୍ଟୁ ଖାନ। ଗତ ୨୫ ତାରିଖ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଥିବାବେଳେ ଆଉ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ମେଡିକାଲ ସୂତ୍ରରୁ ଜଣାପଡିଛି। ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣୀ ବେଳେ ଗତ ୨୩ ତାରିଖ ବଡ ଅଘଟଣ ଘଟିଥିଲା।

ବାଣ ବିସ୍ଫୋରଣରେ ପ୍ରାୟ ୩୪ ଜଣ ଗୁରୁତର ହୋଇଥିଲେ। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ୩୪ ଜଣଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସାଂଘାତିକ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗୁରୁତରମାନଙ୍କୁ ଚିକିତ୍ସା କରିବା ପାଇଁ ଏସସିବିରେ ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରି ବିଭାଗ ଡାକ୍ତରଙ୍କୁ ନେଇ ୧୦ ଜଣିଆ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି।

ସମ୍ବନ୍ଧିତ ଖବର