ପୁଣି ୪ ଘଣ୍ଟା ବନ୍ଦ ହେଲା ଦୁର୍ଗା

ରାଉରକେଲା : ଟ୍ୟୁୟର ନଂ-୨୧ର ବ୍ଲୋୟର ପାଇପ୍‌ ଫାଟିବାରୁ ଗତ ୨୧ ତାରିଖ ସନ୍ଧ୍ୟା ୭ଟାରୁ ଅଚଳ ହୋଇଥିବା ବ୍ଲାଟେ୍‌ ଫର୍ଣ୍ଣେସ୍‌-୫ ‘ଦୁର୍ଗା’ ମରାମତି ପରେ ୨୩ ତାରିଖ ସକାଳୁ କାର୍ଯ୍ୟକ୍ଷମ ହୋଇଥିଲା। ଗତକାଲି ଏହା ୭୦% ଉତ୍ପାଦନ କ୍ଷମତାରେ ପହଞ୍ଚିଥିଲା ବେଳେ ଆଜି ସକାଳେ ଟ୍ୟୁୟର ନଂ ୧୭ ଓ ୨୧ରେ ଲିକେଜ୍‌ ଦେଖାଦେବାରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ତ୍ତୃପକ୍ଷ ଏହି ବ୍ଲାଷ୍ଟ ଫର୍ଣ୍ଣେସ୍‌କୁ ପୁଣି ୪ ଘଣ୍ଟା ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ। ବ୍ଲୋୟର ପାଇପ୍‌ ବଦଳାଯିବା ପରେ ଅପରାହ୍ନ ୩ଟାରେ ପୁଣି ଏହା କାର୍ଯ୍ୟକ୍ଷମ ହୋଇଛି।

ସମ୍ବନ୍ଧିତ ଖବର