ଗ୍ୟାସ ଟାଙ୍କି ଫାଟି ଘର ଭାଙ୍ଗିଲା

କେନ୍ଦୁଝର : ଗ୍ୟାସ ଟାଙ୍କି ଫାଟି ପଳଶାପଙ୍ଗ ପଞ୍ଚାୟତ ଜାମୁଡିହା ଗ୍ରାମର ପୀତାମ୍ବର ପ୍ରଧାନଙ୍କ ଘର କାନ୍ଥ ଭାଙ୍ଗି ଯାଇଛି। ଆଜି ତାଙ୍କ ପରିବାର ଲୋକ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍‌ ହୋଇଥିଲା। ସେ ଗ୍ୟାସ ଟାଙ୍କିକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ହେଲେ ପ୍ରବଳ ମାତ୍ରାରେ ଗ୍ୟାସ ଲିକ କରୁଥିବାରୁ ସେଠାରେ ହଠାତ୍ ନିଆଁ ଲାଗିଯାଇଥିଲା ।

ଫଳରେ ରୋଷେଇ କରୁଥିବା ମହିଳା ଜଣକ ଆଉ ନିଆଁକୁ ଆୟତ୍ତ କରିପାରିବେ ନାହିଁ ଜାଣି ରୋଷେଇ ଘରୁ ବାହାରକୁ ଧାଇଁ ପଳେଇ ଆସି ନିଜ ଜୀବନ ବଞ୍ଚାଇ ଥିଲେ । ସେ ଘର ବାହାକୁ ଆସିବା ମାତ୍ର ଗ୍ୟାସ ଟାଙ୍କିଟି ବହୁ ଯୋରେ ଫାଟିଥିଲା । ଟାଙ୍କିଟି ଏତେଯୋରରେ ଫାଟିଥିଲା ଯେ ଘରେ ଥିବା ସମସ୍ତ ଜିନିଷପତ୍ର ନଷ୍ଟ କରିବା ସହିତ ଘରର କାନ୍ଥ ଭାଙ୍ଗି ଦେଇଥିଲା । ତେବେ ଏଥିରେ କେହି ଆହତ ହୋଇ ନଥିବା ବେଳେ ରୋଷେଇ ଘରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର