ଦିଗପହଣ୍ଡି : ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଓ ପୁଲିସର କାର୍ଯ୍ୟାନୁଷ୍ଠାନ ଭୟ। ଏହା ପରେ ଶେଷରେ ଖଟବିଦ୍ୟା ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦଗାଁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ଏହି ଗ୍ରାମର ୪୦ ବର୍ଷରୁ କମ୍ ବୟସର ପ୍ରାୟ ୧୨ଜଣ ଲୋକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିଲା। ଗୁଣିଗାରେଡି ଯୋଗୁଁ ଏଭଳି ଘଟୁଥିବା ଲୋକେ ସନ୍ଦେହ କରିଥିଲେ। କୌଣସି ଗୁଣିଆଙ୍କ ପ୍ରକୋପ ଥିବା ଭାବି ଶେଷରେ ସେମାନେ ନୟାଗଡ଼ ଜିଲ୍ଲାରୁ ଖଟବିଦ୍ୟା ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମବାସୀ ଖଟବିଦ୍ୟାର ଆଶ୍ରୟ ନେଉଥିବା ସମ୍ବେଦନଶୀଳ କଥା ଆଜି ଏକ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହେବା ସହ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ବି ଭାଇରାଲ୍ ହୋଇଯାଇଥିଲା। ଏହା ପରେ ପୁଲିସର ଟିମ୍ ବାରମ୍ବାର ନନ୍ଦଗାଁରେ ପଇଁତରା ମାରିଥିଲେ। କାର୍ଯ୍ୟାନୁଷ୍ଠାନ ଭୟରେ ଲୋକେ ଖଟବିଦ୍ୟା ଆଣିବା ନିଷ୍ପତ୍ତିରୁ ଶେଷରେ ଓହରିଯାଇଥିଲେ। ଅନ୍ୟପକ୍ଷରେ ଖଟବିଦ୍ୟାର ଆଶ୍ରୟ ନିଆଯାଉଥିବା କଥା ସଂପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି ପଦ୍ମନାଭପୁର ସରପଞ୍ଚ ବି.କ୍ରିଷ୍ଣାରାଓ ସୁବୁଦ୍ଧି କହିଛନ୍ତି।
ପୁଲିସ ଭୟ: ଖଟବିଦ୍ୟା ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ
/sambad/media/post_attachments/wp-content/uploads/2019/06/na.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)