ବାଙ୍କୀ: ସାପ କାମୁଡିଥିବା ଲୋକକୁ ଡାକ୍ତରଖାନା ନେବା ବଦଳରେ ଶିବ ମନ୍ଦିରକୁ ନେଲେ ଗ୍ରାମବାସୀ । ଚିକିତ୍ସା ବଦଳରେ ମୁଣ୍ଡରେ ୧୦୮ ଗରା ପାଣି ଢ଼ାଳିଲେ | କିଛି ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀରେ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ବାଙ୍କୀ ବ୍ଲକର ଗୋପାଳପୁର ଗାଁରେ ଜଣେ ବ୍ୟକ୍ତି ବିଲକୁ ଯାଇଥିବା ବେଳେ ସାପ କାମୁଡାର ଶିକାର ହୋଇଥିଲେ ।
/sambad/media/post_attachments/wp-content/uploads/2019/11/qaaaa.png)
ଏହା ଜାଣିବା ପରେ ପରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ବଦଳରେ ଗାଁ ଶିବ ମନ୍ଦିରକୁ ଟେକି ନେଇଥିଲେ । ପୋଖରୀ ପାହାଚରେ ବସାଇ ତାଙ୍କ ମୁଣ୍ଡରେ ୧୦୮ ଗରା ପାଣି ଢାଳିଥିଲେ ।
ଲୋକଙ୍କ ବିଶ୍ୱାସ ଥିଲା ଯେ ଏପରି କଲେ ସାପ କାମୁଡା ଲୋକ ସୁସ୍ଥ ହୋଇଯାଇଥାଏ । ତେବେ ପରେ ଏହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଶେଷ ଖବର ଅନୁସାରେ ସାପ କାମୁଡାର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏବେ ଭଲ ଅଛନ୍ତି । ତେବେ ବିଜ୍ଞାନ ଯୁଗରେ ସାପ କାମୁଡାର ଚିକିତ୍ସା ନକରାଇ ଅନ୍ଧ ବିଶ୍ୱାସର ବଶବର୍ତୀ ହୋଇ ଏପରି କରିବାକୁ ଅନେକ ନାପସନ୍ଦ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/vlcsnap-2019-11-13-11h45m39s633.png)