ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ସୁନ୍ଦରଗଡ଼ : ଏକ ଲୋମହର୍ଷକ ଘଟଣାକ୍ରମରେ ଆଜି ସକାଳୁ ସୁନ୍ଦରଗଡ଼ ସଦର ଥାନା ସୁବଳୟା ନବରଙ୍ଗପୁର ବସ୍ତିରୁ ଜଣେ ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟାକରି ଘର ମୁହଁରେ ପକାଇ ଦେଇଥିଲା।

ନିହତା ବୃଦ୍ଧା ଜଣକ ହେଲେ ପ୍ରେମା ଡୁଙ୍ଗଡୁଙ୍ଗ (୬୫)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ବସ୍ତିରେ ନିହତା ବୃଦ୍ଧା ପ୍ରେମା ନିଜ ପୁଅ ଦୁର୍ଗା ଡୁଙ୍ଗଡୁଙ୍ଗ ଓ ବୋହୂ ଆଶ୍ରିତାଙ୍କ ସହ ରହୁଥିଲେ। ଗତକାଲି ପୁଅ ବୋହୂ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ରାତିରେ ଘରେ ବୃଦ୍ଧା ଏକା ଥିଲେ। ଆଜି ସକାଳୁ ବୃଦ୍ଧାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତାଙ୍କ ଘର ଆଗରେ ପଡ଼ିଥିବା ବସ୍ତି ଲୋକେ ଦେଖିବାକୁ ପାଇ ପୁଅ ବୋହୂଙ୍କୁ ଖବର ଦେଇଥିଲେ। ସେମାନେ ତୁରନ୍ତ ଘରକୁ ଆସିବା ପରେ ବୃଦ୍ଧାଙ୍କ ମୁଣ୍ଡରେ ଟାଙ୍ଗିଆ ଚୋଟ ପଡ଼ିଥିବା ଦେଖି ସଦର ଥାନାକୁ ସୂଚନା ଦେଇଥିଲେ। ତାଙ୍କ ପଡ଼ୋଶୀ ବୃଦ୍ଧାଙ୍କୁ ଡାହାଣୀ କହି ବହୁ ସମୟରେ ଝଗଡ଼ା କରି ଆସୁଥିବାରୁ ସେମାନେ ହିଁ ତାଙ୍କୁ ହତ୍ୟା କରିଥିବା ପୁଅ ଦୁର୍ଗା ପୁଲିସ ଆଗରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର