ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଏବେ ବି ଦୂର ହୋଇନି ଅନ୍ଧ ବିଶ୍ୱାସ। ଗୁଣିଆ ଦେଲେ ଗୁପ୍ତଧନର ସନ୍ଦେଶ। ଗୁପ୍ତଧନ ପାଇବା ପାଇଁ ଜଣେ ମହିଳାଙ୍କ ଘର ଭିତରେ ପଶି ପ୍ରାୟ ୭ ଫୁଟ ଖୋଳିଲେ। ସେଠାରୁ ନିରାଶ ହୋଇ ପୁଣି ମହିଳାଙ୍କ ଘର ଠାରୁ ପ୍ରାୟ ୩ଶହ ମିଟର ଦୁରରେ ଅନ୍ୟ ଏକ ସ୍ଥାନରେ ଜେସିବି ମେସିନ୍ ଆଣି ଖୋଳି ଚାଲିଲେ ତଥାପି ମିଳିଲାନି ଗୁପ୍ତଧନ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦି ପଞ୍ଚାୟତ ସୀମାନ୍ତ ଡୁମରସିଲ ଗ୍ରାମରେ।
ମିଳିଥିବା ସୂଚନା ଅନୁଯାାୟୀ ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ରାଇଘର ବ୍ଲକ ହଳଦୀ ପଞ୍ଚାୟତର ଡୁମରସିଲ ଗାଁ ର ଜଣେ ବୃଦ୍ଧା ଟିକାବାଇ ସନ୍ତାଙ୍କ ଘରକୁ ପାଟିଆ ସିଲ୍ ଏବଂ ଡୁମରସିଲ ଗ୍ରାମର କିଛି ଲୋକ ଆସି ଟିକାବାଇଙ୍କୁ ଗୋଟିଏ ହାଣ୍ଡିରେ ସୁନା-ରୂପା ଓ କିଛି ପୁରୁଣା ଟଙ୍କା ଭରା ହାଣ୍ଡି ମହିଳାଙ୍କ ଘରେ ପୋତା ହୋଇଥିବା କଥା ପଚାରିଥିଲେ। ମହିଳା ଜଣକ ମନା କରିବା ପରେ ବି ତାଙ୍କ ଘର ଭିତରେ ଶାବଳ ସାହାଯ୍ୟରେ ୭ ଫୁଟ ଯାଏ ଗାତ ଖୋଲିଦେଲେ। କିନ୍ତୁ ଗୁପ୍ତଧନ ବାହାରି ନଥିଲା। ପରେ ମହିଳାଙ୍କ ଘର ଠାରୁ ୩ଶହ ମିଟର ଦୁରରେ ଥିବା ଏକ ନଳକୂପ ନିକଟରେ ଜେସିବି ସାହାଯ୍ୟରେ ୨ଘ ଫୁଟ ଯାଏ ଗାତ ଖୋଲିଦେଲେ। ସେଠାରୁ ବି କିଛି ନବହାରିବାରୁ ରାଗିଯାଇ ଦୁର୍ବୃତ୍ତମାନେ ଟିକାବାଇଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ବୃଦ୍ଧା।
/sambad/media/post_attachments/wp-content/uploads/2020/10/fa268d9d-00a0-48b4-a758-29f2b1bee4dd.jpg)
ଝରିଗାଁ ବ୍ଲକ୍ର ଜଣେ ଗୁଣିଆ ଙ୍କ କଥାରେ ପଡ଼ି ଏମିତି କାଣ୍ଡ କରିଥିବା ଜଣାପଡିଛି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଝରିଗାଁ ବ୍ଲକର ଜଣେ ଗୁଣିଆ ଡୁମରସିଲ ଗ୍ରାମରେ ମାଟି ତଳେ ଗୁପ୍ତଧନ ରହିଛି ବୋଲି କିଛି ବ୍ୟକ୍ତିକୁ ସୂଚନା ଦେଇଥିଲେ। ସେମାନେ ଗାଁର କେଉଁ ସ୍ଥାନରେ ରହିଛି ବୋଲି ପଚାରିବାରୁ ଟିକାବାଇଙ୍କ ଘରେ ଗୁପ୍ତଧନ ରହିଛି ବୋଲି କହିଥିଲା। ଘରେ ନମଳିବାରୁ ପୁଣି ଘର ଠାରୁ ୩ଶହ ମିଟର ଦୂରରେ ରହିଛି ବୋଲି ସୂଚନା ଦେଇଇଥିଲା।
ଏହି ଘଟଣା ନେଇ ବୃଦ୍ଧା ଜଣକ ରାଇଘର ଥାନାରେ ଏତଲା ଦେଇଛନ୍ତି। ରାଇଘର ଥାନାରେ କେସ ନଂ ୧୪୭/୨୦ ରେ ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି ବୋଲି ଥାନା ଅଧିକାରୀ ଅଭୟ ବେହେରା କହିଛନ୍ତି। ଏସଡିପିଓ ହେମନ୍ତ କୁମାର ପାଢ଼ୀ କହିଛନ୍ତି ସରକାର ଅନ୍ଧବିଶ୍ୱାସକୁ ଦୁର କରିବା ପାଇଁ ନାନା ଜନସଚେତନା କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ଏପରି ଅନ୍ଧବିଶ୍ୱାସକୁ ପ୍ରଶୟ ଦିଆଯିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/f71b7378-ee98-4226-bd55-9e0c0e4d7a6f.jpg)