ଲକଡାଉନକୁ ନେଇ ଗ୍ରାମାଞ୍ଚଳରେ ବଢିଲା ଅନ୍ଧ ବିଶ୍ୱାସ, କୁକୁର କାମୁଡାରେ ବାଳିକା ମୃତ୍ୟୁ

ଦାରିଙ୍ଗବାଡି/ତୁମୁଡିବନ୍ଧ: ଲକଡାଉନକୁ ନେଇ ଗ୍ରାମାଞ୍ଚଳକୁ ଗାଡି ମୋଟର ଚାଲୁ ନଥିବା ବେଳେ କିଛି ଆଦିବାସୀ ଅଞ୍ଚଳରେ ଲୋକେ ମେଡିକାଲ ନ ଆସି ଘରେ ଘରେ ଅନ୍ଧ ବିଶ୍ୱାସ ଓ ଚେର ମୂଳର ବଶବର୍ତ୍ତୀ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଭଳି ଅଭିଯୋଗ ଆସୁଥିବା ବେଳେ ଆଜି ଏକ ଘଟଣା ପଦାକୁ ଆସିଛି । ଏକ ମାସ ପୂର୍ବେ ଦାରିଙ୍ଗବାଡି ବ୍ଲକର ଗୁମିକିଆ ପଞ୍ଚାୟତର କୁଞ୍ଜୁମାହା ଗ୍ରାମର ଲେବୀୟ ପ୍ରଧାନଙ୍କ ୮ ବର୍ଷର ଝିଅକୁ କୁକୁର କାମୁଡି ଦେଇଥିଲା । ତାକୁ ପରିବାର ଲୋକ ନିକଟସ୍ଥ ବୁଡଗୁଡା ମେଡିକାଲକୁ ଆଣିବା ପାଇଁ କୌଣସି ଗାଡି ଘୋଡା ମିଳିନଥିଲା । ଯାହା ଫଳରେ ଝିଅଟି କାଲି ରାତିରୁ ଘରେ ଛଟପଟ ହୋଇଥିଲା । ଆଜି ତାକୁ ବାଲିଗୁଡା ମେଡିକାଲକୁ ଆଣି ଥିବା ବେଳେ ଝିଅଟି ତଳେ ଗଡିଯାଉଥିଲା ଓ ବାନ୍ତି ଓ ନାଳ ପାଟିରୁ ବାହାରୁଥିଲା । ତାକୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଶିଶୁଟିର ମୃତ୍ୟୁ ଘଟିଛି ।

ସମ୍ବନ୍ଧିତ ଖବର