ମାଲକାନଗିରି: ହଟିପାରୁନି ଅନ୍ଧବିଶ୍ବାସ। ଆସ୍ଥା ଭାଜନ ହୋଇପାରୁନି ଚିକିତ୍ସା ବିଭାଗ। କାୟା ମେଲାଇ ଚାଲିଛନ୍ତି ଗୁଣିଆ। ଗୁରୁତର ରୋଗୀଙ୍କୁ ନିଜ ଘରେ ରଖି କରୁଛନ୍ତି ଚିକିତ୍ସା। ସତେ ଯେମିତି ଗୁଣିଆ କଠୋରୀ ପରିଣତ ହୋଇଯାଇଛି ଗୁଣିଆର ଆଇସିୟୁ। ଏଭଳି ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି ମାଲକାନଗିରି ଜିଲ୍ଲାର ପୁସପାଲ୍ଲୀ ଗ୍ରାମରେ। ଗୋଟିଏ ପରିବାରର ଦୁଇ ଝିଅଙ୍କୁ ୧୫ ଦିନ ଭିତରେ ହରାଇବା ପରେ ତୃତୀୟ ଝିଅ ଗୁରୁତର ହେବାରୁ ଗୁଣିଆ ଚଲାଇଛି ଝଡାଫୁଙ୍କା ଜାରି ରହିଛି। ଝିଅଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଦୁଇଟି ଝିଅକୁ ହରାଇବା ପରେ ସେମାନଙ୍କର ଭରସା ପାଉନାହିଁ ଚିକିତ୍ସାଳୟ ଉପରେ।

Advertisment

ରୋଗର କାରଣ ପରିବାର ଲୋକେ ଜାଣିପାରୁନଥିବା ବେଳେ ଅନ୍ୟପଟେ ଜିଲ୍ଲାର ସିଲାକୋଟା ଗ୍ରାମରେ ଅଜଣା ରୋଗରେ ୬ ମାସ ଭିତରେ ଚାଲିଯାଇଛି ୧୫ ଜୀବନ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଗୁଣିଆ ପାଖକୁ ନଯାଇ ଚିକିତ୍ସାଳୟ ଆସନ୍ତୁ, ସମସ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଆସୁଛି ସ୍ବାସ୍ଥ୍ୟ ବିଭାଗ।ପୁସପାଲି ଗ୍ରାମରେ ଏଭଳି ଏକ ଦୃଶ୍ୟ ଦେଖିଲୁ ଯେ ଗୁଣିଆର କୁଡିଆ ଭିତରେ ପଡି ଛଟପଟ ହେଉଛି ଗୁରୁତର ମହିଳା। ଅସହ୍ୟ ପେଟ ଯନ୍ତ୍ରଣା ଅସମ୍ଭାଳ କରୁଛି ଉକ୍ତ ମହିଳାଙ୍କୁ। ଯନ୍ତ୍ରଣାକୁ ମୁକ୍ତି ପାଇଁ ଝଡାଫୁଙ୍କା ସହ ପୂଜାର୍ଚ୍ଚନା କରି ଚାଲିଛି ଗୁଣିଆ।

ପରିବାର ଲୋକେ ପେଟକୁ ଚାପି ରଖିଲେ କିଛି ମାତ୍ରାରେ ଯୋଶଦା ମାଡକାମୀ ଆସ୍ବସ୍ଥି ପାଉଥିବା ବେଳେ ପେଟକୁ ଛାଡିଦେଲେ ପୁଣି ଥରେ ଯନ୍ତ୍ରଣାରେ ଛଟପଟ ହେଉଛି ଯୋଶଦା। ଗୁଣିଆ ମନ୍ତ୍ରପାଠ ସହ ପ୍ରାଣପଣେ ଉଦ୍ୟମ କରୁଛି ରୋଗ ଭଲ କରିବା ପାଇଁ। ଆଉ ପାଖରେ ରଖିଛି ଜଡ଼ିବୁଟି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ପୁସପାଲୀ ଗ୍ରାମରେ। ଗୋବର୍ଦ୍ଧନ ନାୟକଙ୍କ ଦୁଇ ଝିଅ ପନ୍ଦର ଦିନ ଭିତରେ ପେଟ ଯନ୍ତ୍ରଣା ହେବା ସହ ହାତ,ଗୋଡ ଫୁଲି ହଠାତ୍ ମୃତ୍ୟୁବରଣ କରିସାରିଛନ୍ତି। ଏବେ ତୃତୀୟ ଝିଅ ଯୋଶଦାକୁ ମଧ୍ୟ ସେହି ଏକା ଲକ୍ଷଣରେ ଯନ୍ତ୍ରଣାରେ ଛଟପଟ ହେଉଛି।

publive-image

ଦୁଇ ଝିଅଙ୍କୁ ମାଲକାନଗିରି ଓ କୋରାପୁଟରେ ଚିକିତ୍ସା କରାଇବା ପରେ ମଧ୍ୟ ଜୀବନ ରକ୍ଷା ହୋଇପାରିନଥିଲା। ତୃତୀୟ ଝିଅକୁ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ସୁସ୍ଥ ଥିବା କହି ଫେରାଇ ଦେବା ପରେ ପୁଣି ଯନ୍ତ୍ରଣା ହେବାରୁ ଭରସା ପାଇଲାନି ଚିକିତ୍ସାଳୟ ଉପରେ। ତେଣୁ ବଧ୍ୟ ହୋଇଗାଁ ଠାରୁ ୧୦ କିଲୋମିଟର ଦୁର ଗୁଣିଆ ଘରେ ଝିଅକୁ ରଖି କରୁଛନ୍ତି ଚିକିତ୍ସା। ଜଗି ରହିଛନ୍ତି ପରିବାର ଲୋକେ। ଆଶା ବାନ୍ଧିଛନ୍ତି ଝିଅ ଖୁବଶୀଘ୍ର ଭଲ ହୋଇଯିବ। ଜିଲ୍ଲାରେ ଥମିବାରେ ଲାଗୁନି ଅଜଣା ରୋଗ।

ଜିଲ୍ଲାର ସିଲାକୋଟା ଗ୍ରାମରେ ମଧ୍ୟ ୬ ମାସ ଭିତରେ ଗୋଡ ହାତ ଫୁଲିବା, ପେଟ ବ୍ୟଥା ହେବା ଲକ୍ଷଣରେ ଚାଲିଗଲାଣି ୧୫ ଜୀବନ। ଏବେ ବି ୧୦ରୁ ଅଧିକା ରୋଗୀ ଗାଁରେ ଗୁରୁତର ଅବସ୍ଥାରେ ରହିଛନ୍ତି।ଏପଟେ ଯୋଶଦାକୁ ଚିକିତ୍ସା କରୁଥିବା ଗୁଣିଆ କିନ୍ତୁ ଦୃଢକ୍ତି ବାଢିଛି ଯୋଶଦାକୁ ଭଲ କରିଦେବା କହିଛି।ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଗୁଣିଗାରେଡି ଉପରେ ଭରସା ନକରି ଚିକିତ୍ସାଳୟ ଲୋକ ଆସନ୍ତୁ ଆମେ ଉତ୍ତମ ଚିକିତ୍ସା ଯୋଗାଇ ଦେବୁ। ଏହାସହ ସଂପୃକ୍ତ ଗାଁକୁ ଡାକ୍ତରି ଟିମ ପଠାଇ ରୋଗର କାରଣ ଖୋଜାଯିବ।ପୂର୍ବରୁ ଆଦିବାସୀ ଲୋକଙ୍କୁ ଭୁଆଁ ବୁଲାଇ ଗୁଣିଆମାନେ ଚିକିତ୍ସା କରୁଥିବାରୁ ସଂପୃକ୍ତ ଗୁଣିଆମାନଙ୍କୁ ପୁଲିସ ଗିରଫ ମଧ୍ୟ କରିଛି।ଅଜଣା ରୋଗ ବ୍ୟାପିବା ଓ ଗୁଣିଆ ପାଖକୁ ଯିବା ଶେଷରେ ମୃତ୍ୟୁବରଣ କରିବା ଏଭଳି ଘଟଣା ମାଲକାନଗିରି ଜିଲ୍ଲା ପାଇଁ ନୂଆ ନୁହେଁ।ଏହା ଆଗକୁ କିଭଳି ନଘଟିବ ସେଥିପ୍ରତି ପ୍ରଶାସନ କଡା ପଦକ୍ଷେପ ନେବାର ଆବଶ୍ୟକତା ରହିଛି।