ସିମୁଳିଆ : ଗୁଣିଗାରେଡ଼ି ସନ୍ଦେହରେ ସାନଭାଇକୁ ହତ୍ୟା କରିଛି ବଡ଼ଭାଇ। ମୃତକ ହେଲେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଡୁବିଆ ଗାଁର ଭାସ୍କର ପରିଡ଼ାଙ୍କ ସାନପୁଅ ଉମାକାନ୍ତ। ତାଙ୍କୁ ଲୁହାରଡ଼ରେ ପିଟି ମଝିଆ ଭାଇ ରମାକାନ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଉମାକାନ୍ତଙ୍କ ପତ୍ନୀ ପୂର୍ଣ୍ଣିମା ଜମିଜମା ଗଣ୍ଡଗୋଳରୁ ଏହି କାଣ୍ଡ ଘଟିଥିବା କହିଛନ୍ତି। ପୁଲିସ୍ ମଧ୍ୟ ଶତ୍ରୁତା ପଛରେ ମଦ ବ୍ୟବସାୟ ଓ ହତ୍ୟାକାରୀର ମନରେ ଗୁଣିଗାରେଡ଼ିକୁ ନେଇ ସନ୍ଦେହ ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଦୁଇ ଭାଇଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା ଦେଶୀ ମଦ ବ୍ୟବସାୟରୁ, ଆଉ ଶେଷ ହୋଇଥିଲା ଗୁଣିଗାରେଡ଼ି ସନ୍ଦେହରେ। ପୁଲିସ ସୂଚନା ମୁତାବକ, ଆଜି ବାଡ଼ିରେ ଛେଳି ପଶିବାକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମଧ୍ୟାହ୍ନରେ ସାନଭାଇ ସ୍କୁଟରରେ ଆସୁଥିବାବେଳେ ଏକ ରଡ୍ରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଗାଁ ଲୋକଙ୍କ ସହାୟତାରେ ଉମାକାନ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିମୁଳିଆ ପୁଲିସ୍ ରମାକାନ୍ତକୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସିମୁଳିଆ : ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା
/sambad/media/post_attachments/wp-content/uploads/2020/07/murder-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)