ଭୁବନେଶ୍ବର : ଓଡ଼ିଶା ରାଜ୍ୟ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମିଳିତ ମଞ୍ଚ ପ୍ରତିନିଧି ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଆଜି ବସିଥିବା ପଞ୍ଚମ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଛି। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ କିଛି ଦାବିକୁ ସରକାର ମାନି ନେଇଥିବାରୁ ଆସନ୍ତାକାଲି ମିଳିତ ମଞ୍ଚର ଷ୍ଟିୟରିଂ କମିଟି ବୈଠକ ବସି ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ବିେଶଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ବକେୟା ଦରମା ଏବଂ ଗତ ଅଗଷ୍ଟ ମାସର ଦରମା ଖୁବ୍ଶୀଘ୍ର ପ୍ରଦାନ କରାଯିବ। ଏଥିସହ ଗତ ସେପ୍ଟେମ୍ବର ୬ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୭ ଦିନର କାର୍ଯ୍ୟ ଦିବସକୁ ଗଣନା କରାଯିବ। ୭ମ ବେତନ କମିସନଙ୍କ ଦରମା ତୁରନ୍ତ ଲାଗୁ ହେବ। ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ପରି ବିଭିନ୍ନ ବିଷୟ ଉପରେ ନିଷ୍ପତ୍ତି ପାଇଁଁ ୧୦ ଜଣିଆ କମିଟି ଗଠିତ ହେବ। ଏହି କମିଟିରେ ମିଳିତ ମଞ୍ଚରୁ ୪ ଜଣ ସଦସ୍ୟ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୬ ଜଣ ଅଧିକାରୀ ରହିବେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କମିଟି ରିପୋର୍ଟ ଦାଖଲ କରିବା ସହ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ତାହାକୁ ଦୃଷ୍ଟିରେ ରଖି ଶନିବାର ମିଳିତ ମଞ୍ଚର ଷ୍ଟିୟରିଂ କମିଟି ବୈଠକ ବସି ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/block-grant-teacher-1.jpg)