ବିନିକା: ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଭୁବନେଶ୍ୱର କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ ଓ ଏବଂ ଜିଲ୍ଳା ଶ୍ରମ ବିଭାଗ ତରଫରୁ ବିନିକା ବ୍ଳକସ୍ତରୀୟ ନିର୍ମାଣ ଶ୍ରମିକ ସଚେତନତା ଏବଂ ସାଇକେଲ ବଣ୍ଟନ ଶିବିର ଅନୁଷ୍ଟିତ ହୋଇଯାଇଛି । ବିନିକା ମହାନଦୀ ପଡ଼ିଆରେ ଜିଲ୍ଳା ଶ୍ରମ ବିଭାଗ ଅଧିକାରୀ ଡ଼ିଲେଶ୍ୱର ଖାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶିବିରରେ ବିରମାହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୂଖ୍ୟ ଅତିଥି, ସୁବର୍ଣ୍ଣପୁର ଜିଲ୍ଳା ପରିସଦ ଅଧକ୍ଷ ଉଷାକୁମାରୀ , ଜିଲ୍ଳାପରିସଦ ସଭ୍ୟ ସୁଶାନ୍ତ କୁମାର ପଣ୍ଡା, ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ବିନିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଦୁଃଖିରାମ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶ୍ରମିକମାନଙ୍କୁ ବିଭିନ୍ନ ଉପରେ ସଚେତନତା କରି ସାଇକେଲ ବଣ୍ଟନ କରିଥିଲେ । ଦୂରଦୂରାନ୍ତରୁ ଆସିଥିବା ଶ୍ରମିକ ମାନେ ସାଇକେଲ ନପାଇବାରୁ ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀ ଖାକାଙ୍କ ଗାଡ଼ିକୁ ଶ୍ରମିକମାନେ ଅଟକାଇ ଟୋକନ ଦେଲେ ଆମେ ସାଇକେଲ ପାଇବୁ ଟୋକନ ନଦଲେ ଗାଡ଼ି ଛାଡିବୁ ନାହିଁ ବୋଲି ଗାଡ଼ି ଆଗରେ ଛିଡ଼ା ହୋଇ ଆନ୍ଦୋଳନ କରି ବସିଥିଲେ । ପରେ ବିନିକା ଥାନା ଅଧିକାରୀ କଲ୍ୟାଣି ବେହେରା ଓ ତାଙ୍କ ଷ୍ଟାପ ପହଞ୍ଚି ବୁଝାସୁଝା କରିବା ପରେ ଶ୍ରମିକମାନେ ଗାଡ଼ିକୁ ଛାଡ଼ିଦେଇଥିଲେ । ଅନ୍ୟ ପକ୍ଷରେ ଶ୍ରମିକ କାର୍ଡ ଓ କାର୍ଡ ନବୀକରଣ ପାଇଁ ଦଲାଲମାନେ ହଜାର ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ନବୀକରଣ ସମୟରେ ୫୦ ଟଙ୍କା ରସିଦ ଦେଉଥିଲାବେଲେ ଦଲାଲ ଗୁଡ଼ିକ ମନଇଚ୍ଛା ୫ ଶହରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି । ଅନ୍ୟପକ୍ଷରେ ଆଜି ବିନିକାରେ ଶ୍ରମିକମାନଙ୍କୁ ବଣ୍ଟନ ହୋଇଥିବା ସାଇକେଲ ଗୁଡ଼ିକର କାଗଜପତ୍ର ଦେଉନଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅଶାନ୍ତି ପ୍ରକାଶ ପାଇଥିଲା । ଏଣୁ ଏଥିପ୍ରତି ଜିଲ୍ଳା ପ୍ରଶାସନ ଓ ବିଧାୟକ ଦୃଷ୍ଟି ଦେଇ ବେଆଇନ ଭାବରେ ଦଲାଲଙ୍କ ଦ୍ୱାରା ଶ୍ରମିକ ମାନଙ୍କୁଠାରୁ ହେଉଥିବା ଟଙ୍କା ଆଦାୟ ଓ ସାଇକେଲର କାଗଜପତ୍ର ଶ୍ରମିକମାନଙ୍କୁ ସାଇକେଲ ବଣ୍ଟନ ସମୟରେ ପ୍ରଦାନ କରିବାକୁ ଶ୍ରମିକ ଓ ଜନସାଧାରଣରେ ଦାବି ହେଉଛି । ବିଭିନ୍ନ ବ୍ଲକର ଶ୍ରମିକମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆସିଥିବା ୫୦୦ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ କରାଯାଇଥିବା ବେଳେ ଶତାଧିକ ସାଇକେଲ ପାଇ ନପାରି ନିରାଶରେ ଫେରି ଯାଇଛନ୍ତି । ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଗାଡି ଆଗରେ ଦୀର୍ଘ ସମୟ ଧରି ବହୁ ଯୋଗ୍ୟ ହିତାଧିକାରୀ ଛିଡା ହୋଇ ବିକ୍ଷୋଭ କରିବା ସହିତ ଗାଡି ଅଟକାଇଥିଲେ । ତେବେ ଆସନ୍ତା ବୁଧବାର ଦିନ ଏଥିରୁ ବଞ୍ଚିତ ହୋଇଥିବା ସମସ୍ତ ଶ୍ରମିକଙ୍କୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ସାଇକେଲ ଯୋଗାଇ ଦିଆଯିବ ବୋଲି ଶ୍ରମ ଅଧିକାରୀ ଖାକା ପ୍ରକାଶ କରିଛନ୍ତି ।
ବ୍ଳକସ୍ତରୀୟ ନିର୍ମାଣ ଶ୍ରମିକ ସଚେତନତା ଏବଂ ସାଇକେଲ ବଣ୍ଟନ ଉତ୍ସବ
ଶ୍ରମିକମାନେ ସାଇକେଲ ନପାଇବାରୁ ଡ଼ିଏଲଓଙ୍କ ଗାଡ଼ି ଅଟକ
/sambad/media/post_attachments/wp-content/uploads/2019/02/binka-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)