୫ ଦଫା ଦାବିରେ ରକ୍ତ ଭଣ୍ଡାର କର୍ମଚାରୀ ସଂଘର ଧାରଣା

ଭୁବନେଶ୍ବର : ୫ଦଫା ଦାବି ନେଇ ଓଡ଼ିଶା ରାଜ୍ୟ ରକ୍ତ ଭଣ୍ଡାର କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କର୍ମଚାରୀ ଧାରଣାରେ ବସି ରହି ପ୍ରତିବାଦ ଜଣାଇଛନ୍ତି। ତେବେ ରାଜ୍ୟରେ ଥିବା ୫୫ଟି ସରକାରୀ ରକ୍ତ ଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସରକାରୀ କର୍ମଚାରୀ ଭଳି ବେତନ କମିସନ ସୁପାରିସ ହାରରେ ଦରମା ପ୍ରଦାନ କରିବା, ସରକାରୀ କ୍ବାର୍ସର୍ସ ଯୋଗାଇଦେବା, ୫ବର୍ଷର ବକେୟା ଦରମା ପ୍ରଦାନ କରିବା, ପ୍ରତି ରକ୍ତ ଭଣ୍ଡାରରେ ଆବଶ୍ୟକତା ଅନୁଯାୟୀ କର୍ମଚାରୀ ନିଯୁକ୍ତି କରିବା ଆଦି ଦାବି ନେଇ ସଂଘ ଧାରଣାରେ ବସିଛି। ତେବେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ସଭାପତି ଅନିଲ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର