୨୬ରୁ ରକ୍ତଭଣ୍ଡାର କର୍ମଚାରୀଙ୍କ ଧାରଣା

ଭୁବନେଶ୍ବର : ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ରକ୍ତଭଣ୍ଡାର କର୍ମଚାରୀ। ପୂର୍ବରୁ ରକ୍ତଭଣ୍ଡାର କର୍ମଚାରୀଙ୍କ ପକ୍ଷରୁ ହୋଇଥିବା ଧାରଣା ସମୟରେ ରାଜ୍ୟ ସରକାର ମାସକ ମଧ୍ୟରେ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସରକାର ଏଥିରେ ବିଫଳ ହୋଇଥିବାରୁ କର୍ମଚାରୀମାନେ ଚଳିତମାସ ୨୬ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ସଭାପତି ଅନିଲ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ସ୍ଥାୟୀ ନିଯୁକ୍ତି ସହିତ ୭ମ ବେତନ କମିସନ ହାରରେ ଦରମା ପ୍ରଦାନ ଓ ସରକାରୀ କ୍ବାର୍କର୍ସ ଆଦି ଦାବି ପୂରଣ ପାଇଁ ସଂଘ ଦାବି କରି ଆସୁଛି। ଗତ ଗାନ୍ଧୀ ଜୟନ୍ତୀରୁ ଦାବି ପୂରଣ ପାଇଁ ଧାରଣା ଦେବା ଲାଗି ସଂଘ ସରକାରଙ୍କୁ ସୂଚନା ଦିଆଯାଇଥିଲା। ତେବେ ସଂଘର ଦାବି ପୂରଣ ନେଇ ସରକାର କୌଣସି ଆନ୍ତରିକତା ଦେଖାଉ ନାହାନ୍ତି। ତେଣୁ କର୍ମଚାରୀମାନେ ଧାରଣାରେ ବସିବା ସମୟରେ ରୋଗୀ ସେବାରେ ବାଧାପ୍ରାପ୍ତ ହେଲେ ସରକାର ଦାୟୀ ରହିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର