୨୯ରେ ଯୁବଜ୍ୟୋତି କ୍ଲବ୍‌, ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର

ବଅଁରପାଳ :ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ୱରସ୍ୱତୀ ଶିଶୁ ମନ୍ଦିରରେ ଆସନ୍ତା ୨୯ ତାରିଖରେ ସର୍ବ ପୁରାତନ ଯୁବଜ୍ୟୋତି କ୍ଲବ୍‌ ଓ ‘ସମ୍ବାଦ ଆମ ଓଡ଼ିଶା’ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି  ଯୁବଜ୍ୟୋତି କ୍ଲବର ଚିକୁ ସେନାପତିଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍‌ ପକ୍ଷରୁ ଚଳିତ ବର୍ଷ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରକ୍ତର ଆବଶ୍ୟକକୁ ନେଇ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଉଛି ବୋଲି ସଂଗଠନ ପକ୍ଷରୁ କୁହାଯାଉଛି।

ବୈଠକରେ ‘ସମ୍ବାଦ ଆମ ଓଡ଼ିଶା’ ବଅଁରପାଳ ବ୍ଲକ ସଂଯୋଜକ ତଥା ‘ସମ୍ବାଦ’ ପ୍ରତିନିଧି ରାଜେଶ କୁମାର ନାୟକ ଓ ସଂଗଠନ ସଦସ୍ୟ ସୁଧାଂଶୁ ବିଶ୍ୱାଳ, ସତ୍ୟବ୍ରତ ସେନାପତି, ସୁବାସ ବାଘ, ଆଶିଷ ଅଂଶୁମାନ, ନିତ୍ୟାନନ୍ଦ ଭୂତିଆ, ରଞ୍ଜନ ବେହେରା, ସିପୁନ ଦାସ, ଲିପୁ ସେନାପତି, ରାଜେନ୍ଦ୍ର ବେହେରା, ବଳଭଦ୍ର ସାହୁ, ସୌମେନ୍ଦ୍ର ଭୋଇ, ୱାର୍ଡ ମେମ୍ବର ମଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ରହି କିପରି ଅଧିକ ରକ୍ତ ସଂଗ୍ରହ ହେବ ଓ ରକ୍ତଦାତା ଅଧିକ ସଂଖ୍ୟାରେ ଯୋଗ ଦେବେ ସେହି ବିଷୟରେ ଆଲୋଚନା କରାଯାଇଥିଲା। ସକାଳ ୮ଟାରୁ ରକ୍ତଦାନ ଶିବିର ଆରମ୍ଭ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର