ସମ୍ବାଦ-ଆମ ଓଡ଼ିଶା ଓ ଆସିକା ଆମ ପୁଲିସ ସମିତିର ମେଗା ରକ୍ତଦାନ ଶିବିର : ୩୨ କରୋନା ଯୋଦ୍ଧାଙ୍କ ସମେତ ୩୦୪ ଜଣ ରକ୍ତ ଦେଲେ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ପରିସରରେ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଆମ ପୁଲିସ ସମିତି ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଭତ ୨୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲ୍‌ଦାର ସଦାନନ୍ଦ ସେଠୀ, ବିଡିଓ ରୋଶନ ଶତପଥୀ, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ମୋହନ ବାରିକ , ଏବିଡିଓ ପ୍ରମୋଦ କୁମାର ପଣ୍ଡା, ସିଡିପିଓ ଭାରତୀ ମହାପାତ୍ର, ବିପିଏମ୍ ସାଗରୀକା ମିଶ୍ର, ଏନ୍ଏସି ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ବଳନ କରି ଏହାର ଉଦଘାଟନ୍ କରିଥିଲେ।

ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଏସ୍‌.ପି ବ୍ରିଜେସ୍ ରାୟ ପ୍ରମୁଖ ଉପସ୍ଥିତ ରହି ଉକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ବିଡିଓ ରୋଶନ ଶତପଥୀ, ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ଓଏସ୍‌ଏସ୍‌ଏଫ୍‌ ଟି.ଭେଙ୍କଟ ରମଣ ଦାସ, ଏଏସ୍‌ଆଇ ବିକାଶ ସ, ହାବିଲ୍‌ଦାର ରବିନାରାୟଣ ପାତ୍ର, କନେଷ୍ଟବଳ ଲକ୍ଷ୍ମୀକାନ୍ତ ପ୍ରଧାନ, ଡି.ରବୀନ୍ଦ୍ର ବେହେରା, ପଙ୍କଜ ନାହାକ, ପ୍ରଦୀପ ସାହୁ, ଆପେୟା ପ୍ରଧାନ, ଜିତେନ୍ଦ୍ର ରାଓ, ଶ୍ରୀକାନ୍ତ ସାହୁ, ହୋମଗାର୍ଡ଼ ପଞ୍ଚାନନ ବିଷୋୟୀ, ସୁଧୀର ବେହେରାଙ୍କ ସହ ୮ ଜଣ ଓଏସ୍‌ଏପି ଯବାନ, ୬ ଜଣ ଆଇଆର୍‌ବି ଯବାନ ଓ ୨ ଜଣ ଏସ୍‌ଏସ୍‌ବି ଯବାନ ରକ୍ତଦାନ କରିଥିଲେ। ଏହି ୩୨ ଜଣ କରୋନା ଯୋଦ୍ଧାଙ୍କ ସମେତ ୩୦୪ ଜଣ ରକ୍ତଦାନ କରିଥିବା ବେଳେ ଗ୍ରୀଷ୍ମ ସମୟରେ ଏହା ସର୍ବାଧିକ ରକ୍ତ ସଂଗ୍ରହର ଏକ ରେକର୍ଡ଼ ସ୍ଥାପନ କରିଛି।

ସମ୍ବନ୍ଧିତ ଖବର